ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଦିବେସନ । ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଷୋଡ଼ଶ ବିଧାନସଭାର ପଞ୍ଚମ ଅଧିବେଶନ ପାଇଁ ଶାସକ ଦଳ ସହ ବିରୋଧୀ ଦଳ ମଧ୍ୟ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ତେବେ ଏଥର ବିଧାନସଭାରେ ରହିବନି ପ୍ରଶ୍ନକାଳ । ମାରାତ୍ମକ କରୋନା ଭାଇରସ ଯୋଗୁଁ ପ୍ରଶ୍ନକାଳ ରହିବନି । ବୁଧବାର ଦିନ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସେହିପରି ଆଜି ବସିବ ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସ ବିଧାୟକ ଦଳର ବୈଠକ । ବୈଠକରେ ହିଁ ବିରୋଧି ଦଳ ସରକାରଙ୍କୁ ଘେରିବାକୁ ରଣନୀତି ଚୂଡାନ୍ତ କରିବେ । ସେହିପରି ବିଜେଡି ମଧ୍ୟ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଅଧିବେଶନ ପୂର୍ବରୁ ପ୍ରଥମ ଦିନର କରୋନା ଟେଷ୍ଟରେ ୫ ଜଣଙ୍କର ପଜିଟିଭ୍ ଥିବା ଜଣାପଡ଼ିଛି । ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ପଜିଟିଭ୍ ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି ।
ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରିବେ । ସେହିପରି ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ । ଶୀଚ ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିବ । ଏହାସହ ସମ୍ପୂର୍ଣ୍ଣ କରୋନା କଟକଣାରେ ଗୃହକାର୍ଯ୍ୟ ଚାଲିବ । ସାମାଜିକ ଦୂରତାକୁ ବିଧାନସଭାର ସଦସ୍ୟମାନେ ମାନିବା ସହ ଦିନକୁ ସାଢ଼େ ୪ ଘଣ୍ଟା ଗୃହ ଚାଲିବ।
Check: Satta Matka
ବିଧାନସଭାରେ ସରକାରଙ୍କୁ ଘେରିବାକୁ ବିରୋଧୀ ତୟାର ହେଲେଣି। ଏଥିପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ମଧ୍ୟ ରହିଛି । ଉଭୟ କଂଗ୍ରେସ ଓ ବିଜେପି କରୋନା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି ଅଭିଯୋଗ ଆଣି ସରକାରଙ୍କୁ ଅଡୁଆରେ ପକାଇବାକୁ ପ୍ରୟାସ କରିବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି, ରାଜ୍ୟରେ ପିଇବା ପାଣିର ସମସ୍ୟା, ଡାକ୍ତର ଓ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ଓ ଧାନକିଣା ଅବ୍ୟବସ୍ଥାକୁ ବିଜେପି ମୁଖ୍ୟ ଅସ୍ତ୍ର କରିବ ।ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଧାନକିଣାରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା, ବେକାରୀ, ନିଶା କାରବାର ପ୍ରସଙ୍ଗ ଧରି ଦଳ ସରକାରଙ୍କୁ ଘେରିବ ।
ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସଙ୍ଗ ଖୋଜୁଛି । ବିଜେଡିର ଚୂଡ଼ାନ୍ତ ରଣକୌଶଳ ବିଧାୟକ ଦଳ ବୈଠକରେ ସ୍ଥିର ହେବ । ତେବେ ଦଳ କେନ୍ଦ୍ର ଉପରେ ଗଡ଼ୁଥିବା ଜିଏସଟି କ୍ଷତିପୂରଣ ପାଣ୍ଠି ସହ ବିଭିନ୍ନ ଯୋଜନାରେ କେନ୍ଦ୍ରଠାରୁ ପାଇବାକୁ ବାକିଥିବା ପ୍ରାୟ ୯ ହଜାର କୋଟି ପାଣ୍ଠି ନେଇ ଜବାବ ମାଗିବ ସରକାରୀ ଦଳ । ବୈଜୟନ୍ତଙ୍କ ଜମି ଓ ବାହାମାସ୍ କେଳେଙ୍କାରୀକୁ ମଧ୍ୟ ଶାସକ ଦଳ ଗୃହରେ ଉଠାଇପାରେ ବୋଲି ସୂଚନା ମିଳିଛି ।ଏହା ବ୍ୟତୀତ କରୋନା ମୁକାବିଲାରେ ରାଜ୍ୟର ସଫଳତାକୁ ମଧ୍ୟ ଶାସକ ଦଳ ଅସ୍ତ୍ର କରିବ ।