ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସଲମାନ ଖାନ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଆଗାମୀ ୧୪ଦିନ ପର୍ଯ୍ୟନ୍ତ ସେ ନିଜ ପରିବାର ସହ ସଙ୍ଗରୋଧରେ ରହିବାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ତେବେ ସଲମାନ ବର୍ତ୍ତମାନ ବିଗ୍ ବସ୍ -୧୪ର ଉପସ୍ଥାପନା କରୁଥିବା ବେଳେ ଏଭଳି ପରିସ୍ଥିତିରେ, ଆଗାମୀ ଅଧ୍ୟାୟରେ ସଲମାନ ନଜର ଆସିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା। ଅନ୍ୟ ପକ୍ଷରେ କରୋନା ଆକ୍ରାନ୍ତ ହୋଇଥିବା ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀଙ୍କୁ ଏବେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିକଟରେ ସଲମାନ ଖାନ ରାଧେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଦିଶା ପଟାନି ନଜର ଆସିବେ। ଏବେ ସେ ନିଜକୁ ସଙ୍ଗରୋଧ କରିଥିବାରୁ କିଛି ଦିନ ପର୍ଯ୍ୟନ୍ତ ସମସ୍ତ ସୁଟିଂ ବନ୍ଦ ରଖିବେ ବୋଲି ଜଣା ପଡ଼ିଛି।
About the author
Related Posts

November 8, 2020
ଫିଲ୍ମ ନିର୍ମାତା ଫିରୋଜ ନାଡ଼ିଆଡ଼ୱାଲାଙ୍କ ଘରେ ଏନ୍ସିବି ଚଢାଉ, ଡ୍ରଗ୍ସ ଜବତ

November 12, 2020
ବଲିଉଡ୍ ଅଭିନେତା ଆସିଫ୍ ବସରାଙ୍କ ଆତ୍ମହତ୍ୟା

October 31, 2020