ଜଳପଥରେ ଦମ୍ ଦେଖାଇଲେ ୪ ଦେଶର ନୌସେନା, ଭାରତୀୟ ବାୟୁ ସେନା ମଧ୍ୟ କଲା କମାଲ

Spread the love

ନୂଆଦିଲ୍ଲୀ : ଆକାଶମାର୍ଗରେ ୪ ଦେଶର ନୌସେନାଙ୍କ ଜୋରଦାର ଯୁଦ୍ଧାଭ୍ୟାସ । ଚୀନକୁ ସାବାଡ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବିଭିନ୍ନ ଦେଶ । ଭାରତର ମିଗ୍-୨୯କେ ଏବଂ ଆମେରିକାର ଏଫ୍-୧୮ ଲଡାଖୁ ବିମାନ ଆକାଶମାର୍ଗରେ ଜୋରଦାର ସମରାଭ୍ୟାସ କରିଛନ୍ତି । ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହ ଭାରତୀୟ ନୌସେନା ମଧ୍ୟ ପରାକ୍ରମ ଦେଖାଇଥିଲା । ନାଟକୀୟ ଦୃଶ୍ୟରେ ମିଗ୍ -୨୯କେ ବିମାନ, ଆଇଏନଏସ ବିକ୍ରମଦିତ୍ୟରେ ଅବତରଣ କରୁଥିବା ଦେଖିବାକୁ ମିଳିଛି | ଭାରତୀୟ ନୌସେନା ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମିଗ୍ -୨୯ କେ ଏବଂ ଆମେରିକା ନୌସେନାର ଏଫ୍-୧୮ ସହିତ ନୌସେନାର ବିମାନ ପି-୮୧ ଏବଂ ଆମେରିକାର ନୌସେନାର  AEW (ଏୟାରବୋର୍ନ୍ ୟର୍ଲି ଓ୍ବାର୍ଣ୍ଣିଂ) ବିମାନ ଏବଂ ଇ-୨ସି ହକେଇ ଉତ୍କୃଷ୍ଟ ସମନ୍ୱୟର ପାରଦର୍ଶିତା ଦେଖାଇଥିଲେ । ଅନ୍ୟପଟେ ମାଲାଓ୍ବାର ଯୁଦ୍ଧାଭ୍ୟାସ ମଙ୍ଗଳବାର ଦିନ ଆରବ ସାଗରରେ ଦେଖିବାକୁ ମିଳିଥିଲା । ଏହି ଯୁଦ୍ଧାଭ୍ୟାସରେ ବିକ୍ରମାଦିତ୍ୟ କ୍ୟାରିୟର ବ୍ୟାଟେଲ ଗୃପ୍ ଏବଂ ଆମେରିକାର ଯୁଦ୍ଧତୋପ ନିମିଜ୍ କ୍ୟାରୟର ଷ୍ଟ୍ରାଇକ୍ ଗୃପ ସହିତ ଅଷ୍ଟ୍ରେଲିଆ ଏବଂ ଜାପାନ ଯୁଦ୍ଧତୋପ ଏବଂ ସବମାରିନ୍ ଅଂଶଗ୍ରହଣ କରିଥିଲେ । ଏହି ଯୁଦ୍ଧାଭ୍ୟାସ ହିନ୍ଦ ପ୍ରସାନ୍ତ ମହାସାଗରରେ ଚୀନର ଅବୈଧ ସୈନ୍ୟ ପ୍ରବେଶର ଜୋରଦାର ଜବାବ ଦେବାକୁ ସମସ୍ତେ ପ୍ରସ୍ତୁତ ଚଳାଉଥିବା ଦେଖିବାକୁ ମିଳିଥିଲା । ଲଦାଖରେ ଭାରତ ଏବଂ ଚୀନ ସେନା ମଧ୍ୟରେ ଲାଗି ରହିଥିବା ବିବାଦ ଚରମ ସୀମାରେ ପହଞ୍ଚିଲାଣି । ଏହାର ଦୃଢ ଜବାବ ଦେବାକୁ ସ୍ଥଳସେନା, ବାୟୁସେନା ଏବଂ ନୌସେନା ଜୋରଦାର ଯୁଦ୍ଧାଭ୍ୟାସ ଚଳାଇଛନ୍ତି ।

About the author

Leave a Reply

Your email address will not be published. Required fields are marked *