ଭୁବନେଶ୍ୱର : ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନାଁ କାହିଁକି ସର୍ବଦା ସମସ୍ତେ କୁହନ୍ତି ତାଙ୍କ ପାଇଁ ତାଙ୍କ କର୍ମ ହିଁ ଭଗବାନ। କିନ୍ତୁ ବହୁତ କମ୍ ଲୋକ ଏହାକୁ ପାଳନ କରନ୍ତି। କଥା ଛଳରେ ସମସ୍ତେ କହିଦିଅନ୍ତି କିନ୍ତୁ କର୍ମ କ୍ଷେତ୍ରରେ ତାହା ପାଳନ କରିବା ଖୁବ୍ କମ୍ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ। କିନ୍ତୁ ଆଜି ନିଜର କର୍ମକୁ ଭଗବାନ ଭାବି ପତ୍ନୀଙ୍କ ଦିନ ନିଜ ରାଜକାର୍ଯ୍ୟ କରି ଉଦାହରଣ ସାଜିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଗତକାଲି ବିଳମ୍ବତ ରାତ୍ରୀରେ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ସତ୍ତ୍ବେ ନିଜ କର୍ମ ଏବଂ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଆଜି ଦିନ ତମାମ ଅଫିସରେ ବସି ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ପତ୍ନୀ ବିୟୋଗରେ ମିୟମ୍ରାଣ ରହିଥିଲେ ମଧ୍ୟ ରାଜ୍ୟପାଳ ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଆଜି ରାଜ୍ୟର ୬ଟି ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି । ରାଜ୍ୟପାଳଙ୍କ ମୋହର ସହିତ ଆସନ୍ତା ୪ ବର୍ଷ ପାଇଁ ଏହି ୬ ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି (ଭିସି) ଚୟନ କରାଯାଇଛି ।ପତ୍ନୀ ବିୟୋଗ ସତ୍ତ୍ୱେ ବି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ପତ୍ନୀ ବିୟୋଗ ସତ୍ତ୍ୱେ ରାଜ୍ୟପାଳ ଦିନ ତମାମ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହିତ ସମସ୍ତ କୁଳପତି ମାନଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ।
About the author
Related Posts

November 8, 2020
ଟେରାକୋଟା ପ୍ରଦର୍ଶନୀ: ଆକର୍ଷଣ ସାଜିଛି ମାଟି କଳାକୃତି


October 23, 2020