ରାଞ୍ଚି : ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅବସର ଗ୍ରହଣ କରିବା ପରେ ଚାଷ ଉପରେ ମନୋନିବେଶ କରିଛନ୍ତି। ନିକଟରେ ସେ କଡ଼କନାଥ କୁକୁଡ଼ା ଫାର୍ମ କରିବେ ବୋଲି ଜଣାପଡ଼ିଥିଲା। କିନ୍ତୁ ଏବେ ପୁଣି ସେ ଡାଏରି ଓ ଅର୍ଗାନିକ୍ ଫାର୍ମିଂ ଆରମ୍ଭ କରିଥିବା ଜଣାପଡ଼ିଛି। ରାଞ୍ଚି ସ୍ଥିତ ସେମ୍ବୋରେ ୫୫ ଏକରରେ ଧୋନୀ ଏହି ସବୁ ଫାର୍ମିଂ କରିଛନ୍ତି । ଏବେ ଧୋନୀଙ୍କ ଫାର୍ମ ହାଉସ୍ରେ ଟମାଟୋ, ଫୁଲ କୋବି, ବନ୍ଧା କୋବି, ବୋକଲି ଆଦି ଚାଷ ହେଉଥିବା ବେଳେ ବହୁ ପରିମାଣରେ ଟମାଟୋ ଅମଳ ଚାଲିଛି। ଧୋନୀଙ୍କୁ ଫାର୍ମରୁ ପ୍ରତି ଦିନ ୮୦ କେଜି ଟମାଟୋ ଅମଳ ହେଉଥିବା ଜଣାପଡ଼ିଛି। ବଜାରରେ ଅଧିକ ଚାହିଦା ଥିବା ଖୁବ କମ ସମୟରେ ଏହି ସବୁ ଟମାଟୋ ବିକ୍ରି ହୋଇଯାଉଛି। ତେବେ ଟମାଟୋ ଉତ୍ପାଦନ ଅର୍ଗାନିକ ଉପାୟରେ କରାଯାଉଛି। ଏବେ ଏହି ଟମାଟୋ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ ଧୋନୀଙ୍କ ଡାଏରି ଫାର୍ମରୁ ପ୍ରତିଦିନ ୩୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି। ୫୫ ଟଙ୍କା ପ୍ରତି ଲିଟରରେ ସିଧା ସଳଖ ବଜାରରେ ବିକ୍ରି ହେଉଛି କ୍ଷୀର। ଧୋନୀଙ୍କ ଡାଏରି ଫାର୍ମର ଦେଖାଶୁଣା କରୁଥିବା ଡାକ୍ତର ବିଶ୍ବରଞ୍ଜନ ‘ଆଜ୍ତକ୍’କୁ କହିଛନ୍ତି ଧୋନୀଙ୍କୁ ଗୋଶାଳାରେ ଏବେ ୭୦ ଗାଈ ଅଛନ୍ତି। ସବୁ ଗାଈକୁ ପଞ୍ଜାବରୁ ଅଣାଯାଇଛି। ସେପଟେ ପରିବା ଫାର୍ମିଂର ଦାୟୀତ୍ବ ଶିବନନ୍ଦନ ଓ ତାଙ୍କ ପତ୍ନୀ ନେଇଛନ୍ତି। ତେବେ ରାଞ୍ଜିରେ ରହିବା ସମୟରେ ଧୋନୀ ୨-୩ ଦିନ ଫାର୍ମକୁ ବୁଲି ଆସନ୍ତି। ତେବେ ଫାର୍ମିଂର ପ୍ରଣାଣୀ ଦେଖି ସେ ଖୁବ ଖୁସି ହୁଅନ୍ତି ବୋଲି ଶିବନନ୍ଦନ କହିଛନ୍ତି। କ୍ଷୀର ଓ ପରିବା ବିକ୍ରି କରି ଯାହା ବି ଟଙ୍କା ଲାଭ ହୁଏ ସେମାନେ ଧୋନୀଙ୍କ ଆକାଉଣ୍ଟରେ ଜମା କରିଦିଅନ୍ତି।
About the author
Related Posts

October 19, 2020
ମୋଦି ସରକାରଙ୍କ ୧୦ ପ୍ରଭାବଶାଳୀ ପ୍ରଶାସକ ତାଲିକା : ଚମକିଲେ ୩ ଓଡିଆ

October 27, 2020
ମୁମ୍ବାଇରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ

November 3, 2020