ଭୁବନେଶ୍ୱର : ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶା ଲଳିତ କଳା ଏକାଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ଘୋଷଣା କରାଯାଇଛି। ୨୦୧୬ରୁ ୨୦୨୦ ପାଞ୍ଚ ବର୍ଷ ନିମନ୍ତେ ଏହି ପୁରସ୍କାର ପାଇବାକୁ ଥିବା ବ୍ୟକ୍ତି ବିଶେଷଙ୍କ ନାମ ପ୍ରକାଶ ପାଇଛି। ଏଥିସହ ଶିଳ୍ପୀ ସମ୍ବର୍ଦ୍ଧନା ନିମନ୍ତେ ମଧ୍ୟ ତାଲିକା ଘୋଷଣା ହୋଇଛି। ଶୁକ୍ରବାର ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଏହି ଘୋଷଣା କରିଛନ୍ତି। ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଚିତ୍ରଶିଳ୍ପୀ ଜଗଦିଶ ଚନ୍ଦ୍ର କାନୁନଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ରଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧର୍ମପଦ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଧର୍ମପଦ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍, ତାମ୍ରଫଳକ ଓ ଉପଢୌକନ ଏବଂ ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା, ତାମ୍ରଫଳକ, ଉପଢୌକନ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ଏହି ଉତ୍ସବରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ଏକାଡେମୀର କାର୍ଯ୍ୟକାରୀ କମିଟିର ସଦସ୍ୟ ପଞ୍ଚାନନ ସାମଲ, ଶ୍ୟାମ ସୁନ୍ଦର ମେହେର ଏବଂ ଅକ୍ଷୟ କୁମାର ସାମଲ ମଧ୍ୟ ଉପସ୍ଥିତ ଥିଲେ। ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
About the author
Related Posts


October 22, 2020
ଆଜି ପ୍ରବଳ ବର୍ଷିବ, ସାଢେ ୧୧ ଯାଏ ଭାସିବ ରାଜଧାନୀ

August 1, 2021