ଭାରତ-ଗ୍ରେଟ୍ ବ୍ରିଟେନ ପୁରୁଷ ହକି ମ୍ୟାଚ୍ ଦେଖିଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଖେଳକୁ ବହୁତ ପସନ୍ଦ କରନ୍ତି । ସେ ଆଜି ସନ୍ଧ୍ୟାରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ସ-୨୦୨୦ର ଭାରତ ଓ ଗ୍ରେଟ୍ ବ୍ରିଟେନ୍ ମଧ୍ୟରେ ହୋଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ ଦେଖିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଟେଲିଭିଜନ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଦେଖୁଥିବା ବେଳେ ବେଶ୍ ଉତ୍ସାହିତ ଦେଖାଯାଇଛନ୍ତି ।

ଟୁଇଟରରେ ସେୟାର ହୋଇଥିବା ଏକ ଭିଡିଓ ବୟାନ କରୁଛି ଯେ, ଭାରତୀୟ ଟିମ୍ ଯେତେବେଳେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଗୋଲ ଦେଉଛନ୍ତି, ସେହି ସମୟରେ ନବୀନ ଉତ୍ସାହିତ ଦେଖାଯାଉଛନ୍ତି । ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ନବୀନ ଟେଲିଭିଜନ ଦେଖୁଥିବା ବେଳେ ଭାରତ ଯେତେବେଳେ ଗୋଲ ଦେଉଛି, ଉଭୟ ନବୀନ ଏବଂ ପାଣ୍ଡିଆନ୍ ତାଳିମାରୁଛନ୍ତି ।

About the author

Leave a Reply

Your email address will not be published. Required fields are marked *