ଘରେ ଏକା ଥିବା ବେଳେ ଟାର୍ଗେଟ୍ କଲେ ଲୁଟେରା

Spread the love

କନ୍ଧମାଳ : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ।  ଏମିତି ଏକ  ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି  ସାହିରେ ।

ସୂଚନାନୁସାରେ, ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ  ଜଣାଶୁଣା ବ୍ୟବସାୟୀ ତଥା ପୁର୍ବତନ ରୋଟାରୀ ସଭାପତିଙ୍କ ଘରୁ ଲୁଟ୍ ହୋଇଛି l ରବିବାର ସନ୍ଧ୍ୟାରେ ବ୍ୟବସାୟୀ ପ୍ରଶାନ୍ତଙ୍କ ପୁଅ ଓ ବୋହୂ ସମସ୍ତେ ବ୍ରହ୍ମପୁର ଯାଇଥିଲେ ।  ପ୍ରଶାନ୍ତ  ଏକୁଟିଆ ଘରେ ଥିବା ସମୟରେ  ରାତି ପ୍ରାୟ ୧୦ଟା ସମୟରେ ତିନିଜଣ ଦୁର୍ବୃତ୍ତ ହଠାତ  ଘରକୁ ପଶିଯାଇଥିଲେ । ସେମାନେ ପ୍ରଶାନ୍ତଙ୍କୁ  ଏକୁଟିଆ ଥିବାର ସୁଯୋଗ ନେଇ ବନ୍ଧୁକରେ ମୁଣ୍ଡକୁ ଆଘାତ ଦେଇଥିଲେ l ଏହାପରେ ହାତକୁ ଧରି ଟଙ୍କା ପଇସା କେଉଁଠି ଅଛି ପଚାରିଥିଲେ l

ପ୍ରଶାନ୍ତ ଭୟରେ ସବୁ କହି ଦେଇଥିଲେ l ତିନିଜଣ ଦୁର୍ବୃତ୍ତ  ଆଲମିରାରର ଲକର ଭାଙ୍ଗି ପାଖାପାଖି ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା ନେଇ   ଚାଲିଯାଇଥିଲେ l ଏହାପରେ  ପ୍ରଶାନ୍ତ ତୁରନ୍ତ ପୋଲିସକୁ ଏନେଇ ଖବର  ଦେଇଥିଲେ  l  ଖବର ପାଇ ଘଟଣା ସ୍ଥଳରେ ଫୁଲବାଣୀ ଏଲଡିପିଓ  ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ୍  ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରମୁଖ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

About the author

Leave a Reply

Your email address will not be published. Required fields are marked *