+୨ ବିଜ୍ଞାନ ପରୀକ୍ଷାରେ ସତ୍ୟନାରାୟଣ କଲେଜର ବିବେକ ମାଲକାନଗିରି ଜିଲ୍ଲାର ଟପର

Spread the love

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସଦରମହକୁମା ଠାରେ ୨୦୧୫-୨୦୧୬ ମସିହାରେ ସ୍ଥାପିତ ହୋଇଥିବା ସତ୍ୟନାରାୟଣ +୨ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ସ୍ଥିର ଓ ଦୃଢସଂକଳ୍ପତାର ସହିତ ସଫଳତାର ଶୀର୍ଷ ସୀମାକୁ ସ୍ପର୍ଶ କରିପାରିଛି। ଏହି ସତ୍ୟନାରାୟଣ ଅନୁଷ୍ଠାନର ଦ୍ଵିତୀୟ ବର୍ଷର ଛାତ୍ର ବିବେକ ଦାସ +୨ ବିଜ୍ଞାନ ପରୀକ୍ଷାରେ ମାର୍କରୁ ୬୦୦ ରୁ ୫୨୩ ନମ୍ବର ୮୭.୧୬ % ଶତକଡା ରଖି ମାଲକାନଗିରି ଜିଲ୍ଲାର ଟପର ହୋଇ କୃତିତ୍ଵ ଅର୍ଜନ କରିଛନ୍ତି ।

ଏହି ଅନୁଷ୍ଠାନରେ ଚଳିତ ବର୍ଷ ୬୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଥିବା ବେଳେ ୩୧ ଜଣ ପ୍ରଥମ ଶ୍ରେଣୀରେ, ୨୬ ଜଣ ଦ୍ଵିତୀୟ ଶ୍ରେଣୀରେ ଏବଂ ୧୧ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ଅଧ୍ୟବସାୟ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କର ତ୍ୟାଗ ଓ ନିଷ୍ଠା ବଳରେ ଆଜି ସତ୍ୟନାରାୟଣ ଅନୁଷ୍ଠାନ ଏଭଳି ଏକ ସ୍ଥାନରେ ପହଞ୍ଚି ପାରିଛି । ଅନୁଷ୍ଠାନର ଶୃଙ୍ଖଳା, ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଓ ଅଧ୍ୟାପକ ଅଧ୍ୟାପିକଙ୍କ ଉତ୍ତମ ପ୍ରଯତ୍ନ ମନୋଭାବ ସତ୍ୟନାରାୟଣ କଲେଜର ସଫଳତାର ଚାବିକାଠି ଅଟେ ।

ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ମମତା ପାଣିଗ୍ରାହୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଛା, କୃତଜ୍ଞତା ଓ ସାଧୁବାଦ ଜ୍ଞାପନ କରିବା ସହ ଚଳିତ ବର୍ଷ ପରୀକ୍ଷା ଫଳାଫଳର ସହ ଜିଲ୍ଲା ଟପର ହୋଇଥିବା ଏମ.ଭି-୧୫ ଗ୍ରାମର ଜଳଧର ଦାସଙ୍କ ପୁତ୍ର ବିବେକ ଦାସ (୮୭.୧୬ %) ଏବଂ ଅନୁଷ୍ଠାନରେ ୫୧୨ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ରାଜୀବ ସରକାର (୮୫.୩୩%)ଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନୁଷ୍ଠାନ ତରଫରୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ  ଯଥାକ୍ରମେ ୧୫,୦୦୦/- ଓ ୧୦,୦୦୦/- ଟଙ୍କାର ଚେକ ପ୍ରଦାନ କରି ସମ୍ମାନୀତ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ସଫଳ କୃତିତ୍ଵ ପାଇଥିବା ଯୋଗୁଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅତ୍ୟନ୍ତ ଆନନ୍ଦିତ ହେବା ସହ ସେମାନଙ୍କୁ ଶୁଭେଛା ଓ ଆଶୀର୍ବାଦ ପ୍ରଦାନ କରିଛନ୍ତି।

About the author

Leave a Reply

Your email address will not be published. Required fields are marked *