ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ଦୁଇ କୁଇଣ୍ଟାଲ ଗଞ୍ଜେଇ

Spread the love

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଚିତ୍ରକୋଣ୍ଡା ପୋଲିସ କୁ ମିଳିଛି ଆଉ ଏକ ସଫଳତା ଦୁଇ  କୁଇଣ୍ଟାଲ ଏକ କେଜି ଗଞ୍ଜେଇ, ଗୋଟିଏ ଡଷ୍ଟର ଗାଡ଼ି ଜବତ ସହ ତିନିଜଣ ଅଭିଯୁକ୍ତଙ୍କୁ କୋଟ ଚାଲାଣ କରିଛି ଚିତ୍ରକୋଣ୍ଡା ପୁଲିସ। ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ। ଗଲା କାଲି ରାତିରେ ଗୁଣ୍ଠାୱାର୍ଡl ପଞ୍ଚାୟତ ଅଞ୍ଚଳ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଣ୍ଠାୱାର୍ଡl ସିଲେରୁ ରାସ୍ତାରେ ଏକ ଡଷ୍ଟର କାର ଗାଡ଼ି ନମ୍ବର OD 07 C 0230  ଯାଉଥିବା ଦେଖି ଗାଡିକୁ ଅଟକାଇ ଥିଲେ l ଗାଡ଼ି କୁ ଖାନ ତଲାସୀ କରି  ଦେଖନ୍ତି ଡଷ୍ଟର କାର ରେ ଆଠ ପ୍ୟାକେଟ ଗଞ୍ଜେଇ ଚାଲାଣ କରାଯାଉଥିଲା । ଉକ୍ତ ଗଞ୍ଜେଇ ସହ ଡଷ୍ଟର କାର ତିନି ଜଣ ଅଭିଯୁକ୍ତ କୁ ଚିତ୍ରକୋଣ୍ଡା ଥାନାକୁ ଅଣାଯାଇ ଅଟକ ରଖି ଅଧିକ ପଚରା ଉଚରା ସହ ଆଜି କୋଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି ଉକ୍ତ ତିନି ଜଣ ଅଭିଯୁକ୍ତ କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅଧିନସ୍ଥ ସିଲିପଣ୍ଡି ଓ କାଞ୍ଚନ ଗ୍ରାମର ଯଥା  ଅଭିଯୁକ୍ତ ମାନେ ସନ୍ତୋଷ କିଣ୍ଡାଲ, ପିତା -ଚକ୍ରା କିଣ୍ଡାଲ, ବୟସ -୨୬, ଗ୍ରାମ ସିଲିପଣ୍ଡୀ, ଅଭିମନୁ ସିସା, ପି ବୁଦୁ ସିସା, ବୟସ ୩୫, ସିଲିପଣ୍ଡୀ ଏବଂ ହରି ଖିଲ, ପି -ବାଦ ଖିଲ, ବୟସ -୨୫, ଗ୍ରାମ କାଞ୍ଚନ, ମାଛକୁଣ୍ଡ ଥାନା ଅଧିନସ୍ଥ l ଉକ୍ତ ଅଭିଯୁକ୍ତ ମାନେ ଚଞ୍ଚକତା ସହ ଡଷ୍ଟର କାର ରେ ନକଲି ନମ୍ବର ଲଗାଇ ଆନ୍ଧ୍ର କୁ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଛି, ଜବତ ହୋଇଥିବା ଆଠ ଗୋଟି ବ୍ୟାଗରେ ଦୁଇ କୁଇଣ୍ଟାଲ ଏକ କେଜି ଗଞ୍ଜେଇ ବୋଲି ଆକଳନ କରାଯାଇଥିଲା ଯାହାର ବାହାରେ ସ୍ଥାନରେ ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହେବ । ଚିତ୍ରକୋଣ୍ଡା ଥାନାର କେସ ନମ୍ବର 100/03-08-2021/us 20(b)(ii)of NDPS act. ଅନୁଯାଇ ଆଜି ଅପରାହ୍ନ ମଧ୍ୟରେ  କୋଟ ଚାଲାଣ କରାଯାଇଛି ।

About the author

Leave a Reply

Your email address will not be published. Required fields are marked *