ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

Spread the love

ଅନୁଗୁଳ/ବନ୍ତଳା : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ ଛାତ୍ରୀଛାତ୍ର ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ମାଗଣା ପୋଷାକ ଓ ଜୋତା ବଣ୍ଟନ ହୋଇଛି। ସରକାରଙ୍କ କୋଭିଡ ଗାଇଡ଼ ଲାଇନ କୁ ଅନୁପାଳନ କରି ମାକ୍ସ ଓ ଦୂରତ୍ୱ ରଖି ଅଭିଭାବକ ମାନଙ୍କୁ ଡକାଇ ଦିଆଯାଇଛି।ଏଥିରେବିଦ୍ୟାଳୟ ପରିଚାଳନା କମିଟିର ଚେୟାର ମ୍ୟାନ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ପୋକତୁଙ୍ଗା ସରପଞ୍ଚ ରୀନା ରାଣୀ ପ୍ରଧାନ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବରେ ସାମ୍ବାଦିକ ଦିନେସ ଦେହୁରୀ, ଶିକ୍ଷାବିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ସାମଲ, ପ୍ରଧାନ ଶିକ୍ଷକ ପ୍ରତାପ କୁମାର ପ୍ରଧାନ, ସହକାରୀ ଶିକ୍ଷୟତ୍ରୀ ଭାରତୀ ପାତ୍ର, ସରସ୍ୱତୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ସମୁଦାୟ ୨୨୧ ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପୋଷାକ ଓ ଜୋତା ଦିଆ ଯାଇଥିଲା।

About the author

Leave a Reply

Your email address will not be published. Required fields are marked *