ଶ୍ରୀମନ୍ଦିର ଖୋଲିବ କି ନାହିଁ ଆଜି ନିଷ୍ପତି

Spread the love

ପୁରୀ : ଶ୍ରୀମନ୍ଦିର ଖୋଲିବା ନେଇ (ବୁଧବାର) ବସିବ ଛତିଶା ନିଯୋଗ ବୈଠକ । ରାଜ୍ୟ ସରକାରଙ୍କ କୋଭିଡ ଅନଲକ ଗାଇଡ଼ଲାଇନ ଅନୁଯାୟୀ ଶ୍ରୀମନ୍ଦିରକୁ ଛାଡି ଅନ୍ୟ ସମସ୍ତ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦେଇଛନ୍ତି । କୋଭିଡ ଗାଇଡ଼ଲାଇନ ମାନି ଭକ୍ତ କିଭଳି ଦର୍ଶନ କରିବେ, ସେ ନେଇ ସରକାର SOP ଜାରି କରିଛନ୍ତି ।

ଏନେଇ ଆସନ୍ତାକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଏହି ବୈଠକରେ ଶ୍ରୀମନ୍ଦିର କିଭଳି ଖୋଲାଯିବ, କୋଭିଡ ଗାଇଡ଼ ଲାଇନ ପାଳନ ହେବ ସେନେଇ ଆଲୋଚନା ହେବ । ସେପଟେ ସେବାୟତଙ୍କ କହିବା କଥା କୋଭିଡ ସଂକ୍ରମଣ କମିବାରେ ଲାଗିଛି । ଏଣୁ ସବୁ କିଛି କୋଭିଡ କଟକଣାରେ ଚାଲିଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର SOP ହେଉ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଶ୍ରୀମନ୍ଦିରକୁ ମଧ୍ୟ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଉ । ଦୀର୍ଘଦିନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ । ତେବେ ଭକ୍ତଙ୍କ ଶ୍ରୀମନ୍ଦିର ଖୋଲିବା ପାଇଁ ଛତିଶା ନିଯୋଗ ବୈଠକ ଦାବି ଉପସ୍ଥାପନ ହେବ ବୋଲି ସେବାୟତ କହିଛନ୍ତି ।

About the author

Leave a Reply

Your email address will not be published. Required fields are marked *