
କାଳିଆ ଦର୍ଶନ ପୁର୍ବରୁ ହେଲା ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟାନକ ଯେ ତାକୁ ଦେଖାଇବା ଦୃଶ୍ୟ କଷ୍ଟକର। ଏ ହେଉଛି ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ କଢ଼େଇ ଛକ ନିକଟରେ ଭୟାନକ ଭାବେ ଦୁର୍ଘଟଣା । ସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ପିଟିଲା ଭଲବୋ ବସ୍। ଏହି ଭଲବୋ ବସଟି କଲିକତାରୁ ପୁରୀ ଅଭିମୁଖେ ଯାଉଥିଲା। ତେବେ ଦୁର୍ଘଟଣାରେ ଦୁଇ ମୃତ ହୋଇଥିବା ବେଳେ ୨୫ ରୁ ଅଧିକ ଯାତ୍ରୀ ଆହତ ସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ ନେଇଥିଲେ। ଏହା ପରେ ଗୁରୁତର ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ହୃଦୟ ବିଦାରକ ଦୁର୍ଘଟଣାରେ ଅନ୍ୟ ଜଣେ ଅତିରିକ୍ତ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛି। ଯାଜପୁର ବଡ଼ଚଣାରୁ ସୁରେନ୍ଦ୍ର ସାମଲଙ୍କ ରିପୋର୍ଟ ଵିଶ୍ଵଵାଣୀ ଲାଇଭ।