February 17, 2025

ଦେଶରେ ଓ ସାରା ରାଜ୍ୟରେ କେବଳ ଖରା ନୁହେଁ ଇଲେକ୍ସନ ତାତି ମଧ୍ୟ ବଢି ଚାଲିଛି। ଇଲେକ୍ସନ ଯେତେ ପାଖେଇ ଆସୁଛି ରାଜନୀତି ମହଲ ସେତେ ଗରମ ହେଇ ହେଇ ଯାଉଛି। ଏ ଡଲାର ନେତା ସେ ଦଳ ଆଉ ସେ ଡଲାର ନେତା ଏ ଦଳ । ଖାଲି ସେତିକି ନୁହେଁ ଭୋଟ୍ ପାଇଁ ଓଡ଼ିଶା ନେତା କଣ, ରାଜ୍ୟ ବାହାରୁ ମଧ୍ୟ ଏବେ ଓଡ଼ିଶାକୁ ଲାଗିଛି ନେତା ମନ୍ତ୍ରୀଙ୍କ ସୁଅ। BJD, BJP ଆଉ କଂଗେସ ତିନି ଦଳର ନେତା ଏବେ ଲାଗିଛନ୍ତି ନିଜର ସ୍ଥାପତ୍ୟ ବିସ୍ତାର କରିବା ପାଇଁ। ତେବେ ଏଇ ମଧ୍ୟରେ କଂଗେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଓଡ଼ିଶା ଆସି ଯାଇଥିଲେ ମଧ୍ୟ ଆଜି ପୁଣି ଥରେ ଆସିବାର ଥିଲା, ଯାହା କି ବାତିଲ ହୋଇଛି ଏବଂ ଆଜି ରାହୁଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାୟବରେଲି ସିଟ୍ ପାଇଁ। ତେବେ BJP ନେତା JP ନଡ଼ା ମଧ୍ୟ ଓଡ଼ିଶା ଆସି ଯାଇଥିବା ବେଳେ ପୁଣି ଥରେ ସେ ଓଡ଼ିଶା ଆସିବାକୁ ଯାଉଛନ୍ତି।ତେବେ ଗତ କାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଓ ଆସନ୍ତା ୫ ତରିକରେ ନଡ୍ଡା ଏବଂ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାକୁ ଯାଉଛନ୍ତି ଏସ୍.ଜୟଶଙ୍କର। କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ସେ ବୃଦ୍ଧିଜୀବୀଙ୍କୁ ଭେଟିବାର ସୂଚନା ରହିଛି। ବିଜେପି ନେତା ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ତେବେ ଏସ୍ ଜୟଶଙ୍କର ଏହି ଦୁଇ ଦିନର ଗସ୍ତରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହାସହ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ମଧ୍ୟ କରିବେ। ୫ ତାରିଖରେ ଜେପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ନଡ୍ଡା କଟକରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ହେବ। ପରେ ଭୁବନେଶ୍ୱରରେ ଆସିବେ ଆଉ ଦଳୀୟ ନେତାଙ୍କ ସହିତ ଆଲୋଚନା କରିବେ। ସେହି ପରି ନିଜ ଦଳକୁ ଓ ଓଡ଼ିଶାରେ BJP ବିସ୍ତାର କରିବା ଆଶା ନେଇ ପାଇଁ ୬ ତାରିଖରେ ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ନିଜର ରାଜନୈତିକ ଦଳର ପ୍ରଚାର ପ୍ରସାର କରୁଛନ୍ତି। ରାଜ୍ୟରେ ତିନି ରାଜନୈତିକ ଦଳର ତାତି ବଢି ଚାଲିଛି। ଭୋଟରଙ୍କ ଭରସା ର ପାତ୍ର ହେବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି ୩ ରାଜନୈତିକ ଦଳ। ତେବେ ଓଡ଼ିଶାରେ ଅଧିକ ସିଟ୍ ନେବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ରହିଛି। ତେବେ କହିବାକୁ ଗଲେ ମୋଦୀଙ୍କ ଟାର୍ଗେଟରେ ଏବେ ରହିଛି ପୁରା ଓଡ଼ିଶା। ସେଥିପାଇଁ ପ୍ରଧାନମନ୍ତ୍ରୀ ପୁଣି ଥରେ ଅର୍ଥାତ୍ ଆସନ୍ତା ୧୧ତାରିଖରେ ଓଡ଼ିଶାକୁ ଆସି ପ୍ରଚାର କରିବେ ବୋଲି ମଧ୍ୟ ସୂଚନା ମିଳୁଚି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କଲି ରାୟଗଡ଼ା ଗସ୍ତରେ ଯିବେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରରେ ଭୋଟରଙ୍କୁ ସମ୍ବୋଧିତ କରିବେ। ତେବେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଭୋଟରଙ୍କ ବାନ୍ଧି ରଖିବା ପାଇଁ ଅନ୍ୟ ଦୁଇ ଦଳ ବିଜେପି ଓ କଂଗ୍ରେସର କାର୍ଯ୍ୟକ୍ରମ ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *