କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ କୁଢୁତେଲି ପଞ୍ଚାୟତ ଅନ୍ତର୍ଗତ ପ୍ରେମାକିଆ ଗାଁ ଯୁଧିଷ୍ଟିର ଦିଗାଲ ନିଜ ବାପା ମା’ ଭାଇ ଭଉଣୀ ମାନଙ୍କୁ ନେଇ ଦିର୍ଘ ବର୍ଷରୁ ଭଙ୍ଗା କୁଡିଆ ରେ ରହିଆସୁଛନ୍ତି । ସରକାରଙ୍କ ଯୋଜନା କଥା କହିଲେ ନ ସରେ। କିନ୍ତୁ ପ୍ରଶାସନର ଅବହେଳା ଏଠି ଦେଖିବାକୁ ମିଳିଛି।

ଏମିତିକି ପରିବାର କହିବା ମୁତାବକ ଦିର୍ଘ ବର୍ଷରୁ ୧୨ ଜଣ ସଦସ୍ୟ ବର୍ଷା ଖରାରେ ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି। କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ ପରିବାରକୁ ରହିବାକୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଇଛି କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜିବି ପହଞ୍ଚି ପାରୁନାହିଁ ସରକାର ଯୋଜନା ଯାହା ଫଳରେ ଗରିବ ପରିବାର ଝାଟିମାଟି କୁଡ଼ିଆରେ ବିତାଉଛନ୍ତି ଦିନ।

ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟ ସଫଳ ନହେବା କହିଛନ୍ତି ହିତାଧିକାରୀ। ଝାଟିମାଟି କୁଡ଼ିଆରେ ରହି ଆସୁଥିବା ପରିବାରକୁ ମିଳୁନାହିଁ ଆବାସ, ଯାହାକି ପରିବାର ପାଇଁ ଦୁଃଖର ବିଷୟ। ଦିନ ମଜୁରି କାମ କରି, ଯେତିକି ମିଳୁଛି ସେତିକିରେ ପରିବାର ଚଳିବା କଷ୍ଟ, ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ଯୁଧିଷ୍ଟିର ଦିଗାଲ। ତେବେ ଅନେକ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଆସୁଛି କିନ୍ତୁ ମଧ୍ୟସ୍ଥି ହୋଇ ରହି ଯାଉଛି। ଅନ୍ୟ ପଟେ ଦେଖିବାକୁ ବାକି ରହିଛି ଯୁଧିଷ୍ଟିର ଦିଗାଲଙ୍କ ପରିବାରର ଦୁଖ ସରକାର କେବେ ଶୁଣୁଛନ୍ତି। କନ୍ଧମାଳ ଜିଲ୍ଲାରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ ବିଶ୍ୱବାଣି ଲାଇଭ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *