ଫିରିଙ୍ଗିଆ କାଳିଆ ସାହି ଶନି ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ବସ ତଳେ ଚାପି ହୋଇ ୨ ମୃତ ୭ ରୁ ଉର୍ଦ୍ଧ ଗୁରୁତର ହୋଇ ଫୁଲବାଣୀକୁ ସ୍ଥାନାନ୍ତର ହୋଇଥିବା ବେଳେ ୩0 ରୁ ଉର୍ଧ୍ଵ ଆହତ ହୋଇଛନ୍ତି l ସେମାନଙ୍କୁ ଫିରିଙ୍ଗିଆ ମେଡିକାଲରେ ଭର୍ତି କରାଯାଇଛି l ତେବେ ଉଦ୍ଧାର କାର୍ଯ୍ୟରେ ଫିରିଙ୍ଗିଆ ପୋଲିସ ଅଗ୍ନିଶମ ବାହିନୀ ସହ ବିଭିନ୍ନ ସ୍ବେଛାସେବୀ ସଂଗଠନ ଲାଗିଛନ୍ତି ଓ ଏହା ସହ ୫ ରୁ ଉର୍ଧ୍ଵ ଆମ୍ବୁଲାନ୍ସ ମଧ୍ୟ ମୁତାୟନ କରାଯାଇଛି l ଫିରିଙ୍ଗିଆ ବ୍ଲକ ଛକ ନିକଟ କାଳିଆ ସାହି ଶନି ମନ୍ଦିର ବାଙ୍କରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ବସ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି l ୯ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଥିବାରୁ ଫୁଲବାଣୀ ଜିଲ୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ୩0 ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇ ଫିରିଙ୍ଗିଆ ମେଡିକାଲରେ ଚିକିଶ୍ଚିତ ହେଉଛନ୍ତି l ସୂଚନା ଅନୁସାରେ ସନ୍ଧ୍ୟା ୭ ଟାରେ ମୁନିଗୁଡା ପଟୁ ଫୁଲବାଣୀ ଅଭିମୁଖେ ଆସୁଥିବା ଘରୋଇ ଯାତ୍ରୀ ବାହୀ ସାଲୁଙ୍କି ନାମକ ବସ, ଫିରିଙ୍ଗିଆ ବସ ଷ୍ଟାଣ୍ଡରେ ରହିବା ପରେ ଛାଡିଥିଲା l ଫିରିଙ୍ଗିଆ ବ୍ଲକ ଛକରୁ ଛାଡିବା ପରେ ଫିରିଙ୍ଗିଆ କାଳିଆ ସାହି ନିକଟ ଶନି ମନ୍ଦିର ବାଙ୍କ ନିକଟରେ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାର ଶିକାର ହୋଇଥିଲା l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ବସ ତଳେ ଚାପି ହୋଇ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଫୁଲବାଣୀ ଓ ବିଭିନ୍ନ ସ୍ଥାନରୁ ୫ ରୁ ଅଧିକ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ l ଘଟଣା ସ୍ଥଳରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ମଧ୍ୟ ପହଞ୍ଚି ଉଦ୍ଧାର କରିଥିବା ବେଳେ ବସ ତଳେ ଚାପି ହୋଇଥିବା ୨ ଜଣ ମୃତକକୁ ଜେସିବି ସାହାଯ୍ୟରେ ଉଦ୍ଧାର କରିଥିଲେ l ଘଟଣା ସ୍ଥଳରେ ସହ ସହ ଲୋକ ପହଞ୍ଚିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଘଟଣା ସ୍ଥଳ l ଫିରିଙ୍ଗିଆ ପୋଲିସ ସହ ଫୁଲବାଣୀ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି l ମୃତକ ଜଣକ ସେହି ସାଲୁଙ୍କି ଗାଡି ର କଣ୍ଡକ୍ଟର ଟୁଲୁ ପଟ୍ଟନାୟକ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଜଣେ ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ସରୁକୋଇ ଗାଁର ଅର୍ଜୁନ କହଁର ବୋଲି ଜଣା ପଡିଛି l ଅନ୍ୟ ପଟେ ଫିରିଙ୍ଗିଆ ମେଡିକାଲରେ ଫୁଲବାଣୀ ସଦର ଥାନାର ଥାନା ଅଧିକାରୀ ଉପଜିଲ୍ଲା ପାଳ ଓ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ, ଫିରିଙ୍ଗିଆ ବଡ଼ିଓ ଅନୁପ ଅଭିଷେକ ବେହେରା ଉପସ୍ଥିତ ରହି ଆହତ ମାନଙ୍କ ଚିକିତ୍ସା କରିବା ସହ ଗୁରୁତର ଆହତ ମାନଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଇଥିଲେ I ପରେ ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପତ୍ର, ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l