November 22, 2024

ଗ୍ରୀଷ୍ମ ପ୍ରଭାବ ବଢିବା ସାଙ୍ଗକୁ ଏବେ ବିଭିନ୍ନ ଜାଗାରେ ପିଇବା ପାଣି ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ପାଣି ଟୋପାଏ ପାଇଁ ଗ୍ରାମ ବାସୀ ମାନଙ୍କୁ ବହୁ କସରତ କରିବାକୁ ପଢୁଥିବା ବେଳେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଗ୍ରୀଷ୍ମ ପ୍ରବାହର ପ୍ରକୋପରେ ଗାଁ ମାନଙ୍କରେ ଥିବା ନଦୀ ନାଳ କୂପ ପୋଖରୀ ସବୁ ଶୁଖି ଯାଉଥିବା ବେଳେ ଅଞ୍ଚଳ ବାସୀଙ୍କ ପାଇଁ ଚୂଆ ପାଣି ହିଁ ଭରଷା । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ୯ ନମ୍ବର ଉଆଡ୍ ତଳକଙ୍ଗେରିକିଆ ଗାଁରେ । ଆଜିବି ନା ରହିଛି ନଳକୂପ, ସରକାରଙ୍କ ବସୁଧା ଜୋଜନା ଏଠି ଫେଲ୍ ମାରିଛି । ଏଠାକାର ଜନସାଧାରଣ ଦିର୍ଘ ବର୍ଷରୁ ଚୂଆ ପାଣି ଉପରେ ନିର୍ଭର କରୁଛନ୍ତି । ସରକାରଙ୍କ ଯୋଜନା ମାଳ ମାଳ ଥିଲେ ମଧ୍ୟ ତଳକଙ୍ଗେରିକିଆ ଗାଁ ରେ ଆଜି ବି ପହଞ୍ଚି ପାରିନାହିଁ । ଫଳରେ ପାଣି ଟୋପାଏ ପାଇଁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବାଧ୍ୟ ହୋଇ ଚୂଆ ପାଣି ବ୍ୟବହାର କରୁଛନ୍ତି । ଏହି ଅଞ୍ଚଳରେ ୩୦ ପରିବାର ବସବାସ କରୁଥାନ୍ତି । ତଳକଙ୍ଗେରିକିଆ ଗ୍ରାମରେ ଜଳ ସମସ୍ୟା ରହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ଗାଁ ରେ ଗୋଟେ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ରେ ମଧ୍ୟ ଏପର୍ୟ୍ୟନ୍ତ ନଳକୂପ ଟିଏ ନାହିଁ । ତେବେ ପ୍ରଶାସନ ଅଞ୍ଚଳ ବାସୀ ଙ୍କ ପାଇଁ ନଳକୂପ କିମ୍ଵା ସୋଲାର ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ସୁବିଧା ଯୋଗାଇଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *