ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେଉଛି । ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟାୟ ମତଦାନରେ ଅନେକ ହେଭିୱେଟ୍ ମଧ୍ୟ ଭୋଟ ଦେଉଛନ୍ତି। ବହୁ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ବାଜିରେ ଲାଗିଛି। ରାଜ୍ୟର ଆଜି ଜଗତସିଂହପୁର କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲା ବାଲେଶ୍ୱର ଓ ଯାଜପୁର ଭଳି ୬ ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଉଛି। ତେବେ ଏହି ପର୍ଯ୍ୟାୟରେ ଅଧିକାଂଶ ସିଟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।

କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡିର ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ସେହିପରି ଯାଜପୁର ଓ ଭଦ୍ରକ ଭଳି ସ୍ଥାନରେ ମଧ୍ୟ କଡ଼ା ନଜର ରଖାଯାଇଛି। ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଆଜି ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଭୋଟ୍‌ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି।

ତେବେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ।

ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବୁଥ ଗୁଡ଼ିକୁ

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେଉଛି । ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟାୟ ମତଦାନରେ ଅନେକ ହେଭିୱେଟ୍ ମଧ୍ୟ ଭୋଟ ଦେଉଛନ୍ତି।
ବହୁ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ବାଜିରେ ଲାଗିଛି।

ରାଜ୍ୟର ଆଜି ଜଗତସିଂହପୁର କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲା ବାଲେଶ୍ୱର ଓ ଯାଜପୁର ଭଳି ୬ ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଉଛି। ତେବେ ଏହି ପର୍ଯ୍ୟାୟରେ ଅଧିକାଂଶ ସିଟରେ ଦେଖିବାକୁ କଡ଼ା ଟକ୍କର ଦେଖିବାକୁ ମିଳୁଛି।

କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡିର ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ସେହିପରି ଯାଜପୁର ଓ ଭଦ୍ରକ ଭଳି ସ୍ଥାନରେ ମଧ୍ୟ କଡ଼ା ନଜର ରଖାଯାଇଛି।

୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଆଜି ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

ଭୋଟ୍‌ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି ।

ତେବେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ।

ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବୁଥ ଗୁଡ଼ିକୁ ସୁନଦେ ଭାବେ ସଜା ଯାଇଛି।
ଏହା ଛଡ଼ା କୌଣସି ବୁଥ ରେ ଯେପରି ଦଙ୍ଗା ନ ହେଉ ଓ ଶାନ୍ତି ଶୃଙ୍ଖଳାରେ କାମ ଚାଲୁ ସେଥିପାଇଁ ମଧ୍ୟ ପୋଲିସ ପକ୍ଷରୁ ଓ ନିର୍ବାଚନ ମାମିସନ୍ ପକ୍ଷରୁ ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଆସିବ ଏକ୍ଜିଟ ପୋଲ୍ ଏବଂ ଆସନ୍ତା ଜୁନ ୪ ରେ ଆସିବ ଭୋଟ ରେଜଲ୍ଟ।

ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବୁଥ ଗୁଡ଼ିକୁ ସୁନ୍ଦର ଭାବେ ସଜା ଯାଇଛି। ଏହା ଛଡ଼ା କୌଣସି ବୁଥରେ ଯେପରି ଦଙ୍ଗା ନ ହେଉ ଓ ଶାନ୍ତି ଶୃଙ୍ଖଳାରେ କାମ ଚାଲୁ, ସେଥିପାଇଁ ମଧ୍ୟ ପୋଲିସ ପକ୍ଷରୁ ଓ ନିର୍ବାଚନ କମିସନ୍ ପକ୍ଷରୁ ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଆସିବ ଏକ୍ଜିଟ ପୋଲ୍ ଏବଂ ଆସନ୍ତା ଜୁନ ୪ ରେ ଆସିବ ଭୋଟ ରେଜଲ୍ଟ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *