May 29, 2025 12:50:42 PM

ଫିରିଙ୍ଗିଆ ଅଞ୍ଚଳରେ କାଳ ବୈଶାଖୀ କୁଆ ପଥର ବର୍ଷା ଓ ଘଡ ଘଡ଼ି ପ୍ରଭାବରେ ଅନେକ କ୍ଷୟ କ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଘର ଛପର ଉଡିଯାଇଥିବା ବେଳେ ରାସ୍ତା ଘାଟରେ ମଧ୍ୟ ଗଛ ପଡ଼ିଥିବା ଦେଖିବାକୁ ମିଳିଛି। ଫିରିଙ୍ଗିଆ ପଞ୍ଚାୟତର ୧୪ ନମ୍ବର ୱାର୍ଡ ଶସିପଦର ଗାଁର ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତା ଶଶୀପଦର ଛକ ନିକଟରେ ୨ ଟି ବିଶାଳକାୟ ଶାଳ ଗଛ ପଡ଼ି ନିରଞ୍ଜନ ବେହେରାଙ୍କ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ, ଘର ଭିତରେ ଥିବା ନିରଞ୍ଜନ ବେହେରାଙ୍କ ପତ୍ନୀ ସୁନିତା ବେହେରା ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। କିନ୍ତୁ ତାଙ୍କ ସାନ ପୁଅ ଉପରେ ଘରର ଇଟା ଓ ଗଛ ଡାଳ ପଡିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି।


କାଳବୈଶାଖୀରେ ଘରଟି, ଗଛ ପଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଘର ଭିତରେ ଥିବା ଲୁଗା ପଟା, ରୋଷେଇ ସରଞ୍ଜାମ ଇତ୍ୟାଦି ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ପିଲା ମାନଙ୍କ ପଢା ବହି ଓ ଘରେ ଥିବା ସମସ୍ତ ଧାନ, ଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି। ଘଟଣା ସ୍ଥଳରେ ଫିରିଙ୍ଗିଆ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘର ଉପରେ ଥିବା ଗଛ ଡାଳ କାଟିଥିଲେ। ଏନେଇ ବ୍ଲକ ପ୍ରଶାସନକୁ ଖବର ଦେବା ପରେ ମଧ୍ୟ ଫିରିଙ୍ଗିଆ ବ୍ଲକ ପ୍ରଶାସନ ଘଟଣା ସ୍ଥଳରେ ନ ପହଞ୍ଚିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।
ଘରେ ଖାଇବାକୁ ନଥିବାରୁ ପରିବାର ଚିନ୍ତାରେ ରହିଥିବା ବେଳେ ଘର ସମ୍ପୂର୍ଣ ଭାଙ୍ଗି ଯାଇଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପରିବାର ଲୋକେ । ଫିରିଙ୍ଗିଆ ତହସିଲ କାର୍ଯ୍ୟ ତରଫରୁ ଘଟଣା ସ୍ଥଳକୁ ରାଜସ୍ବ ନିରୀକ୍ଷକ ଯାଇଥିଲେ ମଧ୍ୟ କେବଳ ପାଲ ଖଣ୍ଡିଏ ଦିଆ ଯିବାକୁ ପ୍ରତିଶୃତି ଦେଇଛନ୍ତି । ତାଙ୍କୁ ଘର ସହ ଚାଉଳ ଲୁଗା ପଟା ଯୋଗାଇ ଦେବା ସହ ନିରଞ୍ଜନଙ୍କ ପରିବାରକୁ ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଶଶିପଦର ଗ୍ରାମବାସୀଙ୍କ ସହ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *