
ସରକାରୀ କ୍ୱାର୍ଟରରୁ ଡାକ୍ତରଙ୍କୁ ଅପହରଣ କରାଯାଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ ଅଛନ୍ତି। ସେ ନିଖୋଜ ରହିଥିବା ନେଇ ବିଭାଗ ତରଫରୁ କାଲିମେଳା ଥାନାରେ ସୂଚନା ଦିଆଯାଇଛି। ସୂଚନା ଆଧାରରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାର୍ଟର ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀଙ୍କ ନାମରେ ଏକ ପୋଷ୍ଟର ଡାକ୍ତରଙ୍କ କ୍ୱାର୍ଟର ମଧ୍ୟରୁ ଜବତ କରିଛି । ମାଲକାନଗିରି ଏସ ପିଙ୍କ ସୂଚନା ଅନୁଯାୟୀ ପୋଷ୍ଟରରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲ୍ଲେଖ ରହିଥିବା ସୂଚନା ଦେଇଛନ୍ତି। ତେବେ ପୁଲିସ ଏହି ପରିସ୍ଥିତିର ତଦନ୍ତ ଆରମ୍ଭ କରିଥିବା ବେଳେ ନିଖୋଜ ଡାକ୍ତର ଅପହରଣ ନା ଅନ୍ୟ କିଛି ଏହା ଜିଲ୍ଲାବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବାସ୍ତବରେ ମାଓବାଦୀଙ୍କର ଏହି ଘଟଣା ସହ କିଛି ସମ୍ପୃକ୍ତି ରହିଥାଏ ତେବେ ଏହା ସାଙ୍ଘାତିକ।
ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତକାଲି ଠାରୁ ନିଖୋଜ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ କାଲିମେଳା ଥାନାରେ ସୂଚନା ଦେଇଛନ୍ତି। ଏହି ସୂଚନା ଆଧାରରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାର୍ଟର ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀଙ୍କ ନାମରେ ଏକ ପୋଷ୍ଟର ଡାକ୍ତରଙ୍କ କ୍ୱାର୍ଟରରୁ ମଧ୍ୟ ଜବତ କରିଛି।