ଆସୁଛି ରଜ ଆଉ ରଜ ମାର୍କେଟ ପାଇଁ ମଧ୍ୟ ଓଲିଉଡରେ ପ୍ରସ୍ତୁତ ହେଇଛି ନୂଆ ଫିଲ୍ମ। ପ୍ରେକ୍ଷାଳୟକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’। ଏହି ସିନେମାରେ ପୁଣି ଥରେ ଏକାଠି ହୋଇଛନ୍ତି ଓଲିଉଡର ଚର୍ଚ୍ଚିତ ପୁରୁଣା ଯୋଡ଼ି ସ୍ବରାଜ ଓ ଭୂମିକା। ‘ତୁ ମୋ ଲଭ ଷ୍ଟୋରୀ’ ଓ ‘ତୁ ମୋ ଲଭ୍ ଷ୍ଟୋରୀ-୨’ ମ୍ୟୁଜିକାଲ୍ ହିଟ୍ ହୋଇଥିଲାବେଳେ ଏହି ସିନେମା ସେହିପରି ସଫଳତା ଆଣିଦେବ ବୋଲି ଦୁହିଁଙ୍କ ସହ ପୁରା ୟୁନିଟ୍ ଆଶାବାଦୀ ରହିଛି। କିନ୍ତୁ ଦର୍ଶକ ଓ ସମର୍ଥକ କେତେ ଭଲପାଇବା ଦେଉଛନ୍ତି ତାହା ରିଲିଜ୍ ପରେ ଜଣାପଡ଼ିବ। ନବୀନ ଭଣ୍ଡାରି ଓ ଦୀପକ ମିଶ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ସ୍ୱରାଜ, ଭୂମିକାଙ୍କ ସହ ଶୁଭମ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତାପସ ସରଘରିଆ ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଭରଦ୍ୱାଜ ପଣ୍ଡା କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ଲେଖିଛନ୍ତି। ଚଳିତ ରଜ ବଜାରରେ ଏହା ପ୍ରଥମ ସିନେମା ହୋଇଥିବାବେଳେ ଏଥର ସ୍ୱରାଜ-ଭୂମିକା ଯୋଡ଼ି ଓପନିଂ କରିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *