
ମାଙ୍କ କୃପା ଅପାର, ମାଙ୍କ କୃପାରୁ ବଞ୍ଚିଗଲା ପରିବାର। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନି ପଞ୍ଚାୟତ ସ୍ଥିତ କୋଟ ଗାଁରେ। ଗତ ସନ୍ଧ୍ୟା ସମୟରେ ଘଡଘଡି ହେବା ସହ ଅତ୍ୟଧିକ ମାତ୍ରାରେ ପବନ ପ୍ରବାହିତ ହୋଇଥିଲା। ଯାହା ଫଳରେ ଉକ୍ତ ଗ୍ରାମର ବିହାରିଲାଲ ଚିନ୍ଦାଙ୍କ ଘର ସମ୍ମୁଖରେ ଥିବା ଏକ ବିଶାଳ ତେନ୍ତୁଳି ବୃକ୍ଷ ଟଳି ପଡ଼ିଥିଲା। ସେହି ସ୍ଥାନରେ ଅନେକ ଲୋକମାନଙ୍କ ସହ କୁନି କୁନି ଛୁଆ ମାନେ ମଧ୍ୟ ଯିବା ଆସିବା କରୁଥିଲେ, ହେଲେ ଜଗତ ଜନିନୀ ମା ଦ୍ୱାରସନିଙ୍କ କୃପାରୁ ଏତେ ବଡ ବୃକ୍ଷ ଟଳି ପଡ଼ିବା ପରେ ମଧ୍ୟ କୌଣସି ଲୋକ କ୍ଷତାକ୍ତ ହେଲେ ନାହିଁ।
ବୃକ୍ଷ ଉପୁଡ଼ିପଡ଼ି କେବଳ ୨ ଜଣଙ୍କ ଘର ଉପରେ ପଡ଼ି ଥିବାରୁ ଘର ଭଙ୍ଗା ରୁଜା ହେବା ସହ ଘରର ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଅଛି ଶତ କିନ୍ତୁ ବଞ୍ଚି ଯାଉଛି ଜୀବନ। ଏହା ସହ ୟାର ଅନୁଷ୍ଠାନ ଦ୍ଵାରା ଦିଆ ଯାଇଥିବା କୁକୁଡ଼ା ଫାର୍ମ ଭାଙ୍ଗି ଯାଇଥିବା ବେଳେ,କେତେକ କୁକୁଡ଼ା ମାନେ ମଧ୍ୟ ମୃତ୍ୟୁ ବରଣ କରିଥିଲେ।ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥଲେ। ଯାହା ଫଳରେ ଉକ୍ତ ବିଭାଗର କର୍ମଚାରୀ ମାନେ କାଳବିଳମ୍ବ ନକରି ଘଟଣା ସ୍ଥଳକୁ ପହଞ୍ଚି ବୃକ୍ଷକୁ ହଟାଇ ଥିଲେ ଏବଂ ବିଛିନ୍ନ ହୋଇଯାଇଥିବା ବିଦ୍ୟୁତ୍ ତାରକୁ ମଧ୍ୟ ସୁବ୍ୟବସ୍ଥା କରିଥିଲେ। ଏହି ଘଟଣା ଘଟିବା ପରେ ବିହାରିଲାଲ ଚିନ୍ଦା ଓ ଦିଗମ୍ବର ଚିନ୍ଦାଙ୍କ ମୁଖ୍ୟ ଭାବରେ କ୍ଷୟ କ୍ଷତି ହୋଇଅଛି। ତେଣୁ ତାଙ୍କୁ ସହଯୋଗର ହାତ ବଢ଼ାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।