ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିଷରରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସଂଘ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଂଘର ସଭାପତି ବିନାୟକ ମିଶ୍ର ଓ ସଦସ୍ୟମାନେ ଆରକ୍ଷୀ ଅଧିକ୍ଷକଙ୍କୁ ପୁଷ୍ମଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ନର୍ଦ୍ଧନା ଜ୍ଞାପନ କରିଥିଲେ।
ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଆରକ୍ଷୀ ଅଧିକ୍ଷକ ନୟାଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସଂମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକାକୁ ନେଇ ଆଲୋକ ପାତ କରିଥିଲେ l
ସମଗ୍ର ନୟାଗଡ଼ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ସାଧାରଣ ନିର୍ବାଚନ ପରିଚାଳନାରେ ପୋଲିସ୍ ପ୍ରଶାସନର ଭୂମିକା ସହ ସମସ୍ତ ଛାପା,ବୈଦୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗକୁ ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଥିଲେ l
ଆଗମୀ ଦିନରେ ନୟାଗଡ଼ ଜିଲ୍ଲା ଅଧିନ ବିଭିନ୍ନ ଥାନାରେ କାର୍ଯ୍ୟକାରୀ ହେବାକୁ ଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ସୁଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସଂଘର ସମ୍ପାଦକ ଭବାନୀ ଶଙ୍କର ସିଂ ସାମନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ସଂଘର ବରିଷ୍ଠ ସଭ୍ୟ ପ୍ରଭାକର ଶିରମଣି ଓ ଅନ୍ୟ ମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଖଣ୍ଡପଡ଼ା ଏସଡିପିଓ ବିମଳ କୁମାର ବାରିକ, ଏସ୍ଆଇ ମନୋସ୍ମିତା ସାହୁଙ୍କ ସମେତ ସାମ୍ବାଦିକ ସଂଘର ୪୦ ରୁ ଉର୍ଦ୍ଧ୍ୱ ସଦସ୍ୟ ଓ ଶୁଭେଚ୍ଛୁ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l
ଖଣ୍ଡପଡା ଶରତ କୁମାର ବେହେରା

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *