ଆରମ୍ଭ ହେଲା ଭୋଟ ଗଣତି, ଆଉ ଅଳ୍ପ ସମୟ ପରେ ହେବ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ

ଆଜି ସକାଳ ୮ ରୁ ଆରମ୍ଭ ହୋଇଛି ଭୋଟ ଗଣତି। ଆଜି ପ୍ରକାଶ ପାଇବ ନିର୍ବାଚନର ଫଳାଫଳ। ବିଗତ ୧୩ ରେ ରାଜ୍ୟରେ ଆରମ୍ଭ ହୋଇଥିଲା ନିର୍ବାଚନ। ତେବେ ଚଳିତ ବର୍ଷ ଜନତା ନିର୍ବାଚନ ରେଜଲ୍ଟକୁ ଚାତକ ପରି ଚାହିଁ ରହିଛନ୍ତି। ତେଣୁ ଆଜି ସକାଳୁ ଆରମ୍ଭ ହୋଇ ଯାଇଛି ଭୋଟ ଗଣତି। ଆଜି ବଦଳିବ ଅନେକ ନେତାଙ୍କ ଭାଗ୍ୟ।

ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଆଉ କିଛି ସମୟ ପରେ ଆସିବ ପ୍ରାରମ୍ଭିକ ଟ୍ରେଣ୍ଡିଂ। ତେବେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ପ୍ରତି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି। ପୋଷ୍ଟାଲ ବାଲାଟ୍ ଗଣତି ଶେଷ ହେବା ପରେ ଇଭିଏମ୍ ଗଣତି ଆରମ୍ଭ ହେବ।

ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବର୍ତ୍ତମାନ ବିଭିନ୍ନ ପ୍ରାର୍ଥୀଙ୍କ ଏଜେଣ୍ଟ ପ୍ରସ୍ତୁତ ହୋଇ ରହିଛନ୍ତି , ରାଜ୍ୟରେ ମୋଟ ୭୦ଟି ଗଣତି କେନ୍ଦ୍ର କରାଯାଇଛି। ନିର୍ବାଚନ ରେଜଲ୍ଟ ଉପରେ ରହିଛି ସମସ୍ତଙ୍କର ନଜର। ଆଜି ଲୋକସଭାର ୫୪୩ ଏବଂ ଓଡିଶା ବିଧାନସଭାର ୧୪୭ ଆସନରେ ରେଜଲ୍ଟ ଆସିବ।

ତେବେ କେନ୍ଦ୍ରରେ ବିଜେପି ପୁଣିଥରେ ନିଜର ସରକାର ଗଢିବାକୁ ଲକ୍ଷ୍ୟ ରଖିଥିବା ବେଳେ, ରାଜ୍ୟରେ ମଧ୍ୟ ଶାସକ ବିଜେଡି ଦଳ ଶାସନ କ୍ଷମତା ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି । ହେଲେ କେନ୍ଦ୍ରରେ ବିଜେପିକୁ କଂଗ୍ରେସ ଜୋରଦାର ଟକ୍କର ଦେଉଥିବାବେଳେ, ରାଜ୍ୟରେ ବିଜେଡିକୁ ଟକ୍କର ଦେଉଛି ବିଜେପି ।

ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ମଧ୍ୟରେ ଜୋର୍ ଦାର ଟକ୍କର ଦେଖିବାକୁ ମିଳିଥିଲା। ପ୍ରଚାର ପ୍ରସାର ମଧ୍ୟ ଦେଶରେ ଓ ରାଜ୍ୟରେ ଅଧିକ ହୋଇଥିଲା। ଆଜିର ନିର୍ବାଚନ ଫଳ ନିର୍ଣ୍ଣୟ କରିବ ନେତା ମନ୍ତ୍ରୀଙ୍କ ଭାଗ୍ୟ। କେବଳ ସେତିକି ନୁହେଁ ଏହା ଜନତାଙ୍କୁ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *