ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତରଫରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫ୍ଲାଗମାର୍ଚ୍ଚ ସଚେତନତା ରାଲି କରାଯାଇଛି। ଜିଲ୍ଲା ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଥାନାଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ପ୍ରଥମେ ସିନାପାଲି ଥାନାରୁ ବାହାରି ନେହେରୁ ମଣ୍ଡପ,ଗୁଡ଼ିଆ ଛକ, ତ୍ରିନାଥ ଛକ,ଶ୍ରୀ ରାମ ଛକ, ଯୁଗେନପଦର,ଭାଟି ଛକ , ଜଗନ୍ନାଥ ଛକ, ନାକା ଛକ, କପଶି ଛକ ଓ ଗୋଡ଼ାଲ ଗ୍ରାମରେ ଫ୍ଲାଗମାର୍ଚ୍ଚ ସଚେତନତା ରେଲି ପରିକ୍ରମା କରିଥିଲେ।
ଚଲିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ମେ ୧୩ ତାରିଖ ସିନାପାଲି ଥାନା ଅଧିନସ୍ଥ ୧୦୧ ଗୋଟି ସ୍ଥାନରେ କିଭଳି ଶାନ୍ତି ଶୁଙ୍ଖଲା ସହ ନିରପେକ୍ଷ ନିର୍ବାଚନ ହୋଇ ପାରିବ ସେନେଇ ଜନସାଧାରଣ ଙ୍କୁ ସଚେତନ କରିଥିଲେ। ଏହି ନିର୍ବାଚନ ପାଇଁ ସିନାପାଲି ପୋଲିସ ତରଫରୁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଏହି ଫ୍ଲାଗମାର୍ଚ୍ଚ ରେଲିରେ ସିନାପାଲି ଥାନା ସବ୍ ଇନେସ୍ପେକ୍ଟର ମନୋଜ କୁମାର ସାହୁ , ଏ ଏସ ଆଇ ବିଘ୍ନରାଜ ମାଝି ସମେତ ୪୦ଜଣ ଆଇଟିବିପି ଯବାନ ଅସ୍ତ୍ର ଶସ୍ତ୍ର ଧରି ସାମିଲ ହୋଇଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *