ପ୍ରାୟ ଅନେକ ଲୋକ ଚାହାନ୍ତି ନିଜର ଗାଡ଼ି କରିବା ପାଇଁ। କିଏ କାର ସୌଖିନ ଥାଆନ୍ତି ତ କିଏ ବାଇକ୍। କହିବାକୁ ଗଲେ ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ବାଇକ୍ ରହିଛି। ଯାହାକୁ କି ପ୍ରାୟ ମଧ୍ୟବିତ୍ତ ଶ୍ରେଣୀରେ ଲୋକେ ମଧ୍ୟ କିଣୁଛନ୍ତି । କିନ୍ତୁ ଆପଣ ଜାଣିଥିବେ ଆପଣଙ୍କ ଗାଡ଼ି ସବୁବେଳେ ଠିକ୍ ରହି ନଥାଏ। ବେଳେ ବେଳେ ଗାଡ଼ିରେ କିଛି ଅସୁବିଧା ହେଲେ ଏହାକୁ ମେକାନିକଙ୍କ ପାଖକୁ ନେଇ ଯିବାକୁ ହୁଏ। ତେବେ ଆପଣ ଯଦି ନିଜ ବାଇକ୍ କୁ ପୁଣି ଥରେ ନୂଆ ରୂପ ଦେବାକୁ ଇଚ୍ଛା କରୁଛନ୍ତି କିମ୍ବା ସଜାଡିବାକୁ ଯାଇଛନ୍ତି ତେବେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ନିୟମ ବିଷୟରେ ଜାନିନେବା ନିହାତି ଦରକାର।

ବାଇକକୁ ଭିନ୍ନ ରୂପ ଦେବା ପାଇଁ ଅନେକ ଲୋକ ମୋଡିଫିକେଶନ ର ସହାୟତା ନିଅନ୍ତି। ଅନେକ ଲୋକ ଚାହାନ୍ତି ନିଜ ବାଇକରେ କିଛି ଅନ୍ୟ ଉପକରଣ ଲଗାଇବା ପାଇଁ। କିନ୍ତୁ ଆମ ଦେଶରେ ବାଇକ ମୋଡିଫିକେଶନ କରିବା ପାଇଁ କଣ ନିୟମ ରହିଛି, ଏହା ପ୍ରାୟ କମ୍ ଲୋକ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ।

ଯଦି ବାଇକରେ ନିୟମ ବିରୁଦ୍ଧରେ ଯାଇ ଆପଣ କିଛି ବି ପରିବର୍ତ୍ତନ କରନ୍ତି ତେବେ ଆପଣଙ୍କୁ ମୋଟା ଚାଲାଣ କାଟିବାକୁ ପଡ଼ିବ। ତେବେ ଏଭଳି କେତେକ ମାମଲା ବା କେଶରେ ବାଇକକୁ ଜବତ ମଧ୍ୟ କରାଯାଏ। ତେବେ ଆପଣକୁ ଜଣାଇ ଦିଆଯାଉଛି ଯେ ଦେଶରେ କୌଣସି ବି ଗାଡ଼ିକୁ ବା ବାଇକକୁ ମୋଡ଼ିଫିକେଶନ କରିବା ଆଇନ ଅନୁଯାୟୀ ଭୁଲ। କିନ୍ତୁ ଏହା ପରେ ବି ଏହି କାମ ହେଉଛି।
ମଟର ଗାଡି ନିୟମ ଅନୁସାରେ, ବାଇକର ସାଇଜ, ଇଞ୍ଜିନ ଓ ଚେଚିସ୍ ନମ୍ବରରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇପାରିବ ନାହିଁ।

ବାଇକ ଇଞ୍ଜିନ ଖରାପ ହେଲେ ଇଞ୍ଜିନ ବଦଳାଇ ପାରିବେ, କିନ୍ତୁ ଏଥି ପାଇଁ RTO ରୁ NOC ନେବା ପାଇଁ ପଡ଼ିଥାଏ। ଏମିତିକି ଇଞ୍ଜିନ ର ଚେଚିସ ନମ୍ବର ର ଡିଟେଲ୍ସ (ଆରଟିଓ) କୁ ଦେବା ପାଇଁ ପଡ଼ିବ।ଯଦି ଆପଣ ଭାବୁଛନ୍ତି ବାଇକର ରଙ୍ଗ ପରିବର୍ତ୍ତନ କରିବେ ତେବେ ନିୟମ ଅନୁସାରେ ଏପରି ଆପଣ କରି ପାରିବେ ନାହିଁ। କିନ୍ତୁ ନିଜ ଗାଡ଼ିର ରଙ୍ଗ ଖରାପ ହେଲା ପରେ RTO ଠାରୁ ଅନୁମତି ଆଣି ଆପଣ ନିଜ ବାଇକକୁ ନୂଆ ରଙ୍ଗ ଦେଇ ପାରିବେ। ମୋଟର ନିୟମ ଅନୁସାରେ ବାଇକ ଟାୟାରରେ ପରିବର୍ତ୍ତନ ହୋଇ ପାରିବ କିନ୍ତୁ ଟାୟାରର ସାଇଜ ଛୋଟ କିମ୍ବା ବଡ଼ ନ ହେବା ଦରକାର।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *