ରାଜ୍ୟରେ ବଢୁଛି ବିଜେପିର ନମ୍ବର, ବିଧାନସଭା ଆସନରେ ବି ଆଗୁଆ ପଦ୍ମ। ଦେଶରେ ଓ ରାଜ୍ୟରେ ଚାଲିଛି ୨୦୨୪ ଅର୍ଥାତ ଚଳିତ ବର୍ଷର ଭୋଟ ଗଣନା। ତେବେ ପ୍ରଥମ ପର୍ଯ୍ୟାୟ ପୋଷ୍ଟାଲ ବାଲଟ୍ ଗଣତି ଅନୁସାରେ କେନ୍ଦ୍ରରେ ଓ ରାଜ୍ୟରେ ଆଗୁଆ ରହିଛି ପଦ୍ମ। ଓଡ଼ିଶାର ୧୪୭ ଆସନରୁ ଲିଡ୍ କରୁଛି ବିଜେପି। ତେବେ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ ବିଜେପି ୭୮ ଆସନରେ ଆଗୁଆ ରହିଥିବା ବେଳେ ୫୪ ଆସନରେ ଦ୍ୱିତୀୟରେ ବିଜେଡି। କଂଗ୍ରେସକୁ ମିଳିଛି ୧୧ ଆସନ। ଭୋଟ ଗଣତି ସହ ରାଜ୍ୟରେ ଲିଡ୍ କରୁଛି ବିଜେପି। ଏପର୍ଯ୍ୟନ୍ତ ହୋଇଥିବା ଗଣନା ଅନୁସାରେ ରାଜ୍ୟ ବିଧାନସଭାରେ ବିଜେପି ୧୪୭ ରୁ ୭୮ ଆସନ ଦଖଲ କରିସାରିଥିବା ବେଳେ ପଛରେ ପଡିଛି ବିଜେଡି। ବିଜେଡିକୁ ମିଳିଛି ମାତ୍ର ୫୪ ଆସନ।କଂଗ୍ରେସ ୧୧ଟି ଆସନରେ ବିଜୟ ହାସଲ କରିସାରିଲାଣି।ସେହିପରି ଲୋକସଭା ଆସନରେ ବିଜେପି ୧୯ ଆସନ ଦଖଲ କରିସାରିଛି ।ଜାତୀୟ ସ୍ତରରେ ବିଜେପି ୨୯୬ ଆସନ ଦଖଲ କରିସାରିଥିବାବେଳେ କଂଗ୍ରେସ ମଧ୍ୟ ଆଗେଇ ଚାଲିଛି।

କଂଗ୍ରେସକୁ ଏବେଯାଏଁ ୨୨୮ଟି ଆସନ ମିଳିସାରିଛି।ତେବେ ଓଡିଶାରେ ପଦ୍ମ ଟ୍ରେଣ୍ଡରେ ଆସିବାରେ ମଧ୍ୟ ଅନେକ କାରଣ। ରହିଛି। ଶାସକ ଦଳ ପରିବର୍ତ୍ତନ କରିଥିବା ନେତା ଏବଂ ବିଜେଡି ଦଳ ନିଜ ନିଜ ମଧ୍ୟରେ ଦଳୀୟ ଟକ୍କର ପାଇଁ ଏପରି ହୋଇଥିବା ମତ ରଖିଛନ୍ତି ବୁଦ୍ଧିଜୀବୀ। ଅନେକ ପ୍ରଭାବ ଯୁବପିଢିଙ୍କ ପାଇଁ ରହିଛି ବୋଲି ମଧ୍ୟ କୁହାଯାଉଛି। ରାଜ୍ୟର ଜନତା ପରିବର୍ତ୍ତନ ମୁହାଁ ହୋଇଥିବା ଉଲ୍ଲେଖ କରିଛନ୍ତି ବରିଷ୍ଠ ସାମ୍ବାଦିକମାନେ। ବିଜେଡି ସଂଗଠନ ସୁଦୃଢ ଥିବା ସତ୍ତ୍ବେ ମଧ୍ୟ ପଦ୍ମ ରହିଛି ଆଗରେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *