ଆଜିଠୁ ଆରମ୍ଭ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ। ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ଜଣକ ପରେ ଜଣେ କରି ସାଂସଦ ଶପଥ ନେଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି।

ଶପଥ ନେବେ ପୂର୍ବରୁ ଆଜି ମିଡିଆକୁ ସମ୍ବୋଧନ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ମୋଦୀ କହିଛନ୍ତି, ‘ ବିକଶିତ ଭାରତର ଲକ୍ଷ୍ୟର ସଙ୍କଳ୍ପ ନେଇ ଆଜି ୧୮ ତମ ଲୋକସଭାର ପ୍ରାରମ୍ଭ ହେଉଛି । ଚଳିତ ନିର୍ବାଚନ ବିଶ୍ୱର ସବୁଠୁ ବଡ ନିର୍ବାଚନ , ସାନଦାର ଭାବେ ଗୌରବମୟ ଭାବେ ସମ୍ପନ୍ନ ହୋଇଛି । ଏହା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବର କଥା । ଏଥିରେ ୬୫ କୋଟିରୁ ଅଧିକ ଭୋଟର ଭାଗ ନେଇଛନ୍ତି ।
‘ଏହି ନିର୍ବାଚନ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ସ୍ୱାଧୀନତା ପରେ ଦ୍ୱିତୀୟ ଥର କୌଣସି ସରକାରଙ୍କୁ ଲଗାତାର ତୃତୀୟ ଥର ସେବା କରିବାକୁ ଜନତା ସୁଯୋଗ ଦେଇଛନ୍ତି । ଏହି ସୁଯେୠ ୬୦ ବର୍ଷ ପରେ ଆସିଛି । ଏହା ସାରା ବିଶ୍ୱରେ ଦେଶ ପାଇଁ ଗୌରବର କଥା । ଯେବେ ଦେଶର ଜନତା ତୃତୀୟ ଥର ପାଇଁ ଏହି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହାର ଅର୍ଥ ସରକାରଙ୍କ ସମର୍ପଣ ଭାବ, ନୀତି , ନିୟତି ଉପରେ ଲୋକେ ମୋହର ଲଗାଇଛନ୍ତି’ । ଏଥିପାଇଁ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
‘ଗତ ୧୦ ବର୍ଷରେ ଯେଉଁ ପରମ୍ପରାକୁ ପ୍ରସ୍ତାବିତ କରିବାକୁ ନିରନ୍ତର ପ୍ରୟାସ କରିଛୁ । କାରଣ ଆମେ ଜାଣିଛୁୁ ସରକାର ଚଳାଇବାକୁ ମହୁମତ ଦରକାର ହେଲେ ଦେଶ ଚଳାଇବାକୁ ଲୋକଙ୍କ ସହମତି ଦରକାର । ଯାହା ଆଜି ମିଳିପାରିଛି । ସମସ୍ତଙ୍କ ସାଙ୍ଗରେ ନେଇ ଭାରତମାତାର ସେବା କରିବୁ । ୧୪୦ କୋଟି ଦେଶବାସୀଙ୍କ ଆଶା, ଅକାଂକ୍ଷାକୁ ପୂରଣ କରିବୁ । ଆମେ ସମସ୍ତଙ୍କୁ ନେଇ ଚାଲିବାକୁ ଚାହୁଁଛୁ ଏବଂ ପ୍ରତି ପ୍ରସ୍ତାବକୁ ଶକ୍ତି ଦେବାକୁ ଚାହୁଛୁ’ ।
‘କାଲି ଜୁନ୍ ୨୫ ତାରିଖରେ ଭାରତର ଗଣତନ୍ତ୍ର ଉପରେ ଯେଉଁ କଳା ଦାଗ ଲାଗିଥିଲା ତାକୁ ୫୦ ବର୍ଷ ପୂରଣ ହେବାକୁ ଯାଉଛି । ଭାରତର ନୂଆ ପିଢୀ ଏହି କଥାକୁ କେବେବି ଭୁଲିବନି , ଭାରତର ସମ୍ବିଧାନକୁ ପୁରାପୁରି ଅବମାନନା କରିବାକୁ ଚେଷ୍ଟା କରାଯାଇଥିଲା । ଦେଶକୁ ଜେଲଖାନା ବନାଯାଇଥିଲା । ଜଣତନ୍ତ୍ରକୁ ଅବଦମିତ କରାଯାଇଥିଲା । ଏମର୍ଜେନ୍ସିର ଏହି କାଳିମାମୟ ସମୟକୁ ମନେରଖି ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ଆମ ସରକାର ପ୍ରତିଜ୍ଞାବଦ୍ଧ’ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *