ଆରମ୍ଭ ହୋଇଯାଇଛି ଭୋଟ ଗଣତି। ଗଣତି ସହିତ ଟ୍ରେଡିଂ ବି ଆରମ୍ଭ ହୋଇ ଯାଇଛି। ଏବେ ଲିଡ୍ ରେ ଆସୁଛି ବିଜେପି। ଆଜି ବିଧାନସଭା ଓ ଲୋକସଭା ନିର୍ବାଚନ ଫଳ ନିର୍ଣ୍ଣୟ କରିବ ନେତା ମନ୍ତ୍ରୀଙ୍କ ଭାଗ୍ୟ। ତେବେ ଭୋଟ୍ ଗଣତି ଆରମ୍ଭ ହୋଇ ସାରିଛି। ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୯୪ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୫୦ ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ। ଯାହାକି ସାହାସ ଦଉଛି ପ୍ରାର୍ଥୀଙ୍କୁ। ସେହିପରି ୩୫ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୭ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡ ରେ NDA ଆଗରେ ରହିଛି। ରାଜ୍ୟରେ କିଛି ସ୍ଥାନରେ ବିଜେପି ତ ଆଉ କିଛି ସ୍ଥାନରେ ବିଜେଡି ଆଗୁଆ ରହିଛି। ପ୍ରଥମ ଗଣତି ପରେ କିନ୍ତୁ ଅଧିକ ଆଗୁଆ ରହିଛି ବିଜେପି। ଦେଶରେ BJP ମଧ୍ୟ ଆଗରେ ଅଛି କିନ୍ତୁ ୨୨୮ ରେ ମଧ୍ୟ ଲୋକସଭାରେ ଆଗୁଆ ରହିଛି କଂଗ୍ରେସ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *