ଆସନ୍ତା କାଲି ଭୋଟ ଗଣତି ଭୋଟ ଗଣତି ଏବଂ ଫଳାଫଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା କାଲି ଖୋର୍ଦ୍ଧାରେ ଦୁଇଟି ଜାଗାରେ ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରାଯାଇଛି।

ଖୋର୍ଦ୍ଧାରେ ଦୁଇଟି ଜାଗାରେ ଭୋଟ ଗଣତି ହେବ। ଖୋର୍ଦ୍ଧାର ଇ. ଭି. ଏମ୍ ଓ ଭି. ଭି. ପି. ଏ. ଟି ଗୋଦାମ ଗୃହରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀର ଫଳାଫଳ ଏବଂ ଆଉ ଗୋଟେ ପଟେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଚିଲିକା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କାଯ୍ୟକ୍ରମ ହେବ। ସକାଳ ୮ ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ପରେ EVM ଭୋଟ ମେଶିନ ଗଣତି କାଯ୍ୟ କ୍ରମ ଆରମ୍ଭ ହେବ।

ସବୁ ଦଳର ଏଜେଣ୍ଟ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ଗଣତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସନ୍ଧ୍ୟା ୬ ଟା ପୂର୍ବରୁ ସମସ୍ତ ଭୋଟ ଗଣତି କାର୍ଯ୍ୟ ସରିଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। ଯଦି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ଆବଶ୍ୟକ ସ୍ଥଳେ ୧୪୪ ଧାରା ଲାଗୁ ହୋଇପାରେ ବୋଲି ଖୋର୍ଦ୍ଧା ଏସପି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *