ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ନୂତନ ଭାବେ ନିର୍ମିତ ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ର ନିମ୍ନମାନର ନିର୍ମାଣକୁ ନେଇ ଦୁର୍ନୀତି ଅଭିଯୋଗ | ଅଭିଯୋଗ ଆଣିଲେ ବିଭାଗୀୟ ପଦାଧିକାରୀ କର୍ମଚାରୀ ଓ ରୋଗୀ । ବୋଡ଼େନ ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ର’ଟି ଆଜକୁ ପୂର୍ଣ୍ଣ ନିର୍ମାଣ ଓ ହସ୍ତାନ୍ତର ହେବାର ସାତ ମାସ ନ ପୂରୁଣୁ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ଉଠାଇଛନ୍ତି ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଓ ରୋଗୀ ।

ମୁଖ୍ୟତଃ ଠିକାଦାର ଓ RNB ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି ଲୋକେ। ନୂତନ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ ଆରମ୍ଭ ଦିନଠୁ RNB ଭିବାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ବାରମ୍ବାର କାମ ତଦାରଖ କରିବା କଥା କିନ୍ତୁ ସେ କାଁ ଭାଁ ତଦାରଖରେ ଆସନ୍ତି। ଏହି ଅଭିଯୋଗରୁ ସ୍ପଷ୍ଟ ଜଣାପଡୁଛି ଯେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବୋଡ଼େନ ନୂତନ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ବିନା ଯନ୍ତ୍ରୀ ରେ କାମ କେମିତି ହୋଇଥିବ ।

ବର୍ତମାନ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ପୂର୍ଣ୍ଣ ହୋଇ ହସ୍ତାନ୍ତରର ସାତ ମାସ ନ ପୂରୁଣୁ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଲାଣି । ମୁଖ୍ୟତଃ ଇଣ୍ଟେର୍ନେଟ , ପାଣି ଓ ଲାଇଟ ସମସ୍ୟା ବହୁ ମାତ୍ରରେ ଦେଖା ଦେଉଛି। କେଉଁଠି ପାଣି ଆସୁ ନାହିଁ ତ ଆଉ କେଉଁଠି ଆପେ ଆପେ ପାଣି ବାହାରି ଯାଉଛି। କେଉଁଠି ଫ୍ଲାସ କାମ ଦେଉନି ତ କେଉଁଠି ପାଇଖାନାରୁ ପାଣି ଝରୁଛି , ଏମିତିକି ଅନେକ ବେଶିନ ରୁ ପାଣି ଲିକ୍ ହେଉଛି ଓ କେତେ ବେଶୀନକୁ ପାଣି ଆସୁନାହିଁ ।

ବେଳେ ବେଳେ ଏସି କାମ ଦେଉନି ତ ବେଳେବେଳେ ୱେରିଂ ପୋଡ଼ି ଯାଉଛି । ଯାହା ଦ୍ୱାରା ରୋଗୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।ମୁଖ୍ୟତଃ ଆଇଏଲ୍ଆର ପଏଣ୍ଟ ର ୱାରିଂ ଠିକ୍ ନ ଥିବାଯୋଗୁ ବାରମ୍ବାର ପୋଡ଼ି ଯାଉଛି ଯାହା ଦ୍ୱାରା ଟୀକାକରଣ ଲାଗି ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।
ଭଲ ଭାବରେ ନେଟ ଓ ଲାଇଟ ଆସୁନଥିବାରୁ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଦେବାରେ ବହୁ ଅସୁବିଧା ହେଉଥିବାର ମଧ୍ୟ ଅଭିଯୋଗ ହେଉଛି।
ଡେଣ୍ଟାଲ ରୁମ, ପ୍ରସୂତି ବିଭାଗ ଓ ଡ୍ରେସିଂ ରୁମ ସମେତ ସମସ୍ତ ଜାଗାରେ ସମ୍ମାନ ସମସ୍ୟା । ଜାଗା ଜାଗା କାନ୍ଥ ମାନଙ୍କରେ ଫାଟ ହେବାର ଦେଖା ଦେଲାଣି । ଏହି ସମସ୍ତ ସମସ୍ୟା ଉପରେ ବୋଡ଼େନ ଗୋଷ୍ଟି ସ୍ଵାସ୍ଥ୍ୟ ଅଧିକାରୀ ସଞ୍ଜୀବ କୁମାର ନାଏକ ବାରମ୍ବାର ଠିକାଦାର , ଏସଡିଓ, ଓ ଜେଇ ଙ୍କୁ ଜଣାଇବା ସାଙ୍ଗେ ସାଙ୍ଗେ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ।
ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଠିକାଦାର ଓ ସଂପୃକ୍ତ ଜେଇ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ଉଚିତ ପଦକ୍ଷେପ ନେବାକୁ ଜନସାଧରଣ, ରୋଗୀ ଓ କର୍ମଚାରୀଙ୍କ ମହଲରେ ଦାବି ହେଉଛି। ତେବେ ଏଥି ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *