September 15, 2024

ଦିନ ଥିଲା, ଭଲ ରାସ୍ତା ନଥିଲା ଗାଁକୁ। ରାସ୍ତା ଥିଲା ଅଣଓସାରିଆ, ପ୍ରାୟ ୩୦ ରୁ ୩୪ ବର୍ଷ ତଳର କଥା, ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯାଇ ଥିଲା କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତା ହେଲାଣି। ରାସ୍ତା ଗୁଡ଼ିକ ଓସାରିଆ ହେଲାଣି। ପଞ୍ଚାୟତ ଗୁଡ଼ିକ ବିଭାଜନ ହୋଇ ନୂଆ ନୂଆ ପଞ୍ଚାୟତ ହେଲାଣି। ଗାଁ ଗାଁ ରେ ଲକ୍ଷ୍ମୀ ବସ ଗଡିଲାଣି। ଗ୍ରାମର ଜନବସତି ସହ ଘର ସଂଖ୍ୟା ବଢ଼ିଲାଣି। ବିଦ୍ୟୁତ୍ ବିଭାଗର ଉପଭୋକ୍ତା ସଂଖ୍ୟା ମଧ୍ୟ ବଢ଼ିଲାଣି।

ବିଦ୍ୟୁତ୍ ବିଲ୍ ର ମାତ୍ରା ବି ବଢିଛି। କିନ୍ତୁ ବିଦ୍ୟୁତ୍ ବିଭାଗର ଦାୟିତ୍ବ ହୀନତା ବି ବଢିଛି। ରାଜ୍ୟ ସରକାର ଏହାକୁ ହସ୍ତାନ୍ତର କଲେ ଘରୋଇ କମ୍ପାନୀ ଟାଟା ପାୱାରକୁ। କିନ୍ତୁ ଯଥା ପୂର୍ବ ତଥା ପର ଭଳି ଦରମା ଗଣ୍ଡିକ ନେଇ ବାବୁ ମାନେ ସୋଇ ପଡିଛନ୍ତି। ଜନତାଙ୍କ ବାରମ୍ବାର ଅଭିଯୋଗ ପରେବି ତତ୍ପରତା ଦେଖାଉ ନାହିଁ ନୟାଗଡ଼ ଜିଲ୍ଲା ରଣପୁର ବିଦ୍ୟୁତ ବିଭାଗ।

କହୁଛୁ ରଣପୁର ବ୍ଲକ୍ ଅନ୍ତର୍ଗତ ପିମ୍ପଲ ଗ୍ରାମ ପଞ୍ଚାୟତ କଥା। ଖୋଦ୍ ପଞ୍ଚାୟତ ଅଫିସ୍ ପାଖରେ ବିପଦ ସଙ୍କୁଳ ଅବସ୍ଥାରେ ଅବସ୍ଥିତ ରହିଛି ବିଦ୍ୟୁତ୍ ଟ୍ରାନ୍ସ ଫର୍ମର, ନା ପାଚେରୀ ଅଛି, ନା ପାଚେରୀ କରିବାକୁ ସ୍ଥାନ ଅଛି। ଖୋଦ୍ ରୋଡ ମଝିରେ ପ୍ରାୟ ତିନି ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟ ରହି ଥିବାରୁ ପ୍ରଧାନ ମନ୍ତ୍ରୀ ସଡ଼କ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଲା। ଯାହା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି ଓ ଗ୍ରାମ ବାସୀଙ୍କ କହିବା ଅନୁସାରେ ଗ୍ରାମ ପୋଖରୀ ଉପର ଦେଇ ୧୧ କେଭି ତାର ଯାଇ ଥିବାରୁ ଗ୍ରାମବାସୀମାନେ ଭୟର ସହିତ ଗାଧୁଆ ପାଧୁଆ କରୁଛନ୍ତି। ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକ ରାସ୍ତା ଉପରୁ ହଟି ଅନ୍ୟ ଦିଗ ଦେଇ ପୋତା ଯିବାକୁ ସ୍ଥାନ ଗ୍ରାମ ବାସୀ ମାନେ ଯୋଗେଇ ଦେବେ ବୋଲି ରଣପୁର ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣେଇ ଥିଲେବି ଅଧିକାରୀ ମାନେ ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ ପାଇଁ ଆବଶ୍ୟକୀୟ ଖର୍ଚ୍ଚ ଦାବି କରୁ ଥିବାରୁ ଖୁଣ୍ଟ ଗୁଡ଼ିକ ରାସ୍ତା ଉପରୁ ହଟି ପାରୁ ନାହିଁ।

ଗ୍ରାମବାସୀ ମାନେ ରୀତିମତ ବିଦ୍ୟୁତ୍ ବିଲ୍ ପୈଠ କରୁଥିବା ବେଳେ, ଖୁଣ୍ଟ ଗୁଡ଼ିକ ଓ ଟ୍ରାନ୍ସ ଫର୍ମର୍ ସ୍ତାନାନ୍ତିକରଣ ପାଇଁ କାହିଁକି ଖର୍ଚ୍ଚ ଦେବେ ବୋଲି ପ୍ରଶ୍ନ କରିଛନ୍ତି।ଏହା କଣ ବିଦ୍ୟୁତ୍ ବିଭାଗର ଦାୟିତ୍ବ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି। ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ପିମ୍ପଲ ରାସ୍ତାରୁ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକୁ ଉଠାଇ ଦିଆ ଗଲେ ସ୍ଥାନୀୟ ଜନ ସାଧାରଣ ଖୁସି ହେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *