ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହର ପ୍ରଭାବ। କିଛି ଦିନ ହେବ ଅଧିକ ତାପମାତ୍ରା ବଢିବା ସହ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୫° ଡିଗ୍ରୀ ଅନୁଭୂତ ହେଉଥିଲା । ସକାଳ ୮ ଘଣ୍ଟାରୁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡୁଥିବା ବେଳେ ଶନିବାର ସନ୍ଧ୍ୟା ୪ ଘଣ୍ଟାରେ କାଳ ବୈଶାଖୀ ପ୍ରଭାବରେ ଅଧ ଘଣ୍ଟା ଧରି ଝଡ଼ ତୋଫାନ ଓ ବର୍ଷା ହେବାରୁ ଜନ ସାଧାରଣଙ୍କୁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ଦେଖିବାକୁ ମିଳିଛି। ଫଳରେ ଖଡ଼ିଆଳ ସହ ଖଡ଼ିଆଳ ସହର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ସେହିପରି ଗ୍ରାମାଞ୍ଚଳର ପୁଟୁପଡା, ଗଡ୍ରାମୁଣ୍ଡା, ଚନାବେଡ଼ା, ମିଶନ ରାସ୍ତା କିରିକିଟା, ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ରହିଥିଲା। ଫଳରେ ଯାତାୟାତରେ କିଛି ସମୟ ଧରି ବାଧାପ୍ରାପ୍ତ ହୋଇଥିଲା। ଖଡ଼ିଆଳ ଅଗ୍ନିଶମ ବିଭାଗ ବିଭିନ୍ନ ସ୍ଥାନରେ ପହଞ୍ଚି ଭାଙ୍ଗିଥିବା ଗଛ ଗୁଡିକୁ ସଫାକରିବା ପରେ ରାସ୍ତା ସ୍ୱାଭାବିକ ହୋଇଛି । କାଳବୈଶାଖୀ ସହ ବର୍ଷା ହେବା ଯୋଗୁଁ ପ୍ରବଳ ଗରମରୁ ସାମାନ୍ୟ ଆଶ୍ବସ୍ତି ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଘର ଗଛ ପଡି ଘର ଭାଙ୍ଗିଥିବା ନଜରକୁ ଆସିଛି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *