ଏକ ପଥର କୂଅରୁ କୃଷ୍ଣସାର ମୃଗ ଉଦ୍ଧାର କରିଛି ବନବିଭାଗ, ସୂଚନା ଅନୁସାରେ ଆଜି ଖରାବେଳେ ପ୍ରାୟ ୧୨ ଟା ସମୟରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୂର ପାଞ୍ଚୟତ ଅନ୍ତର୍ଗତ ଭାଲିଆଝୋଳା ଗ୍ରାମ ନିକଟରେ କୃଷ୍ଣସାର ମୃଗଟି ବୁଲୁଥିବା ବେଳେ କୌଣସି ଏକ କାରଣରୁ ପାଖରେ ଥିବା ଏକ ପଥର କୂଅରେ ପଡିଯାଇଥିଲା। ରାସ୍ତାରେ ଯାଉଥିବା ଲୋକମାନେ ଜାଣିପାରି ପାଖକୁ ଦୌଡ଼ି ଯାଇ ଦେଖିଲା ବେଳକୁ କୃଷ୍ଣସାର ମୃଗ କୂଅ ଭିତରେ ପଡ଼ି ବାହାରକୁ ଉଠିବାକୁ ଚେଷ୍ଟା କରୁଥିଲା । ତେବେ ଏହା ଦେଖି ଆଖପାଖ ଲୋକ ସେଠାରେ ଏକାଠି ହୋଇ ମୃଗଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଉଦ୍ଧାର କରିପାରିନଥିଲେ। ସଙ୍ଗେସଙ୍ଗେ ବନବିଭାଗ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। କିଛି ସମୟରେ ପାଟପୁର ବନବିଭାଗ ଅଧିକାରୀ ଅରୁଣ ଚନ୍ଦ୍ର ଦାସ ଏବଂ ତାଙ୍କ ଟିମ ଘଟଣା ସ୍ଥଳରେ ପହଁଚି ଦୌଡ଼ି ସାହାର୍ଯ୍ୟରେ ଉଦ୍ଧାର ମୃଗଟିକୁ କରିଥିଲେ। ଉଦ୍ଧାର କରୁ କରୁ ମୃଗଟି ନିକଟରେ ଥିବା ପାହାଡ଼ ଆଡକୁ ଦୌଡ଼ି ଚାଲିଯାଇଥିଲା। ପାଟପୁର ବନପାଳ କହିବା ଅନୁସାରେ ମୃଗ ଟିର ବୟସ ପ୍ରାୟ ୧୦ ବର୍ଷ ହେବ ଏବଂ ସେ ସୁସ୍ଥ ଅଛି କୌଣସି କ୍ଷ୍ୟତି ହୋଇନାହିଁ । ଏହି ଅଞ୍ଚଳରେ ଅନେକ କୃଷ୍ଣସାର ମୃଗ ବୁଲାବୁଲି କରିଥାନ୍ତି ଏବଂ ନିକଟରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ଗାଡି ଯାଇଥାନ୍ତି ଓ ସେହି ସମୟରେ ମୃଗ ମନେ ରାସ୍ତା ପାର ହେବାକୁ ଚେଷ୍ଟା କରିଥାନ୍ତି, ଯାହାଫଳରେ ଅନେକ ସମୟରେ ଏହିଭଳି ଦୃଘଟଣା ମାନ ଘଟି ଥାଏ। ଏହାକୁ ରୋକିବାକୁ ବିହିତ ପଦକ୍ଷେପ ନେବାକୁ ବନ ବିଭାଗକୁ ଅନୁରୋଧ କରିଛନ୍ତି ସେହି ଅଞ୍ଚଳର ଲୋକେ। ଦେଖିବାକୁ ବାକି ରହିଲା ଏହାର ସ୍ଥାଇ ସମାଧାନ କେବେ ହେଉଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *