ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଭୁକ୍ତ ଜୁଡ଼ାବାଲି ସ୍ୱାସ୍ଥ୍ୟକେନ୍ଦ୍ର ଓଡିଶା ସରକାର ଓ ଜାତୀୟ ସ୍ୱାସ୍ଥ୍ୟମିଶନ ଏବଂ ଓଭା ଦ୍ୱାରା ଦୀର୍ଘ ନଅ ବର୍ଷ ହେବ ପରିଚାଳିତ ହେଉଥିଲା। ଦୁଇ ଜଣ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାପ ନର୍ସ, ଜଣେ ଆଟେନାଣ୍ଡ ଓ ଜଣେ ଏଏନଏମ ସମେତ ଜଣେ ଲାବ୍ରୋଟେରି ଟେକନିସିଆନଙ୍କ ଦ୍ୱାରା ଶୃଙ୍ଖଳିତ ଭାବେ ରୋଗୀ ସେବା ପହଂଚାଇବାରେ ସକ୍ଷମ ହୋଇଥିବା ଜଣାଇଛନ୍ତି ଗ୍ରାମବାସୀ।

ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହି ଜରୁରୀକାଳୀନ ସେବା ଯୋଗାଇ ଆସୁଥିଲେ। କିନ୍ତୁ କୌଣସି କାରଣରୁ ଜୁଡ଼ାବାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଓଭା ସଂସ୍ଥା ହାତରୁ ନେଇ ସରକାର ନିଜସ୍ୱ ବିଭାଗ ଦ୍ୱାରା କର୍ମଚାରୀ ଦେବାକୁ ପ୍ରଘଟ ହେବାରେ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା। କାରଣ ସରକାର ସ୍ଥାନୀୟ ଲୋକଙ୍କ ସହ ବିଚାର ବିମର୍ଶ ନ କରି ଏକ ତରଫା ନିଷ୍ପତି ନେଇଛନ୍ତି। ଯାହା ଦ୍ୱାରା ରୋଗୀ ସେବା ଯୋଗାଇବାରେ ବ୍ୟାଘାତ ସୃଷ୍ଟି ହେବା ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ସରକାର ନିଜ ନିଷ୍ପତିରୁ ନ ଓହରିଲେ ଆଗାମୀ ଦିନରେ ସମୂହ ଜୁଡ଼ାବାଲି ବାସିନ୍ଦା ରାଜରାସ୍ତାକୁ ଓଲ୍ହାଇଵା ନେଇ ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *