
କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ କଟାବାଲି ଗାଁର ଲୋକେ ଚୁଆ ପାଣିରେ ହିଁ ଭରଷା କରୁଛନ୍ତି। ଗ୍ରାମ ବାସୀ ଅଭିଯୋଗ ମୁତାବକ କଟାବାଲି ଗାଁରେ ବସୁଧା ଯୋଜନା ତରଫରୁ ଗାଁକୁ ପାଇପ୍ ଘରକୁ ଘର ପହଞ୍ଚିଛି ସତ କିନ୍ତୁ ଗୋଟିଏ ଦିନ ମଧ୍ୟ ପହଞ୍ଚି ପାରୁନାହିଁ ପାନୀୟଜଳ। ଘରକୁ ଘର ପହଞ୍ଚି ଥିବା ପାଇପ୍ ଗୁଡ଼ିକ ଫାଟିଯାଏ ଥିବା ଅଭିଯୋଗ କରିଛନ୍ତିି ଗ୍ରାମବାସୀ, ଯାହା ଫଳରେ କଟାବାଲି ଗାଁରେ ବସବାସ କରୁଥିବା ୧୧ ପରିବାର ଚୂଆ ପାଣି ବ୍ୟବହାର କରୁଛନ୍ତି। ବାରମ୍ବାର ପାନୀୟଜଳ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି । ଅନ୍ୟ ପଟେ ସରକାର ଲକ୍ଷ ଟଙ୍କା ଖର୍ଚ କରି ବସୁଧା ଯୋଜନା ମାଧ୍ୟମରେ ଘର ଘର ପାଇପ୍ ଯୋଗାଇ ଦେଇଥିବା ବେଳେ ଠିକାଦାର ଓ ଦାଇତ୍ୱ ଥିବା ଯନ୍ତ୍ରୀ ଅବହେଳା ଯୋଗୁଁ ଗାଁରେ ପାଇପ୍ ପହଞ୍ଚି ଥିଲେ ସୁଦ୍ଧା ପାନୀୟଜଳ ବ୍ୟବସ୍ଥା ହୋଇପାରୁନାହିଁ ବୋଲି କହିଛନ୍ତି କଟାବାଲି ଗାଁର ପ୍ରଭାଜି ଦିଗାଲ, ନାତୁଢି ଦିଗାଲ, ମିଶି ଦିଗାଲ, ଚଞ୍ଚଳା, ଦିଗାଲ, କନାଡି ମଲିକ, ରାମା ଦିଗାଲ, ଲତା ଦିଗାଲ, ସୁରଜିନି ମଲ୍ଲିକ, ପୁରନ୍ଦର ଦିଗାଲ, ଅଭିମନ୍ୟୁ ଦିଗାଲ, ଜାହିର୍ ଦିଗାଲ, ନବିନ ଦିଗାଲ ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଖୁବ ଶୀଘ୍ର ପାନୀୟ ଜଳର ବନ୍ଦବୋସ୍ତ କରିବା ପାଇଁ ମଧ୍ୟ ଗ୍ରାମବାସୀ ନିବେଦନ କରିଛନ୍ତି।