ଫିରିଙ୍ଗିଆ: ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ବିଭିନ୍ନ ଗାଁରେ ସରକାରଙ୍କ ଯୋଜନା ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ I
କେଉଁଠି କାଗଜ ପତ୍ରର ତ୍ରୁଟି ତ କେଉଁଠି ଜାଣି ଶୁଣି ଭୁଲ ତଥ୍ୟ ଦ୍ୱାରା ଲୋକଙ୍କ ପାଖରେ ଯୋଜନା ପହଞ୍ଚି ନପାରି ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ଯୋଗ୍ୟ ହିତାଧୀକାରୀ I ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ଜାମପଖାଳ ଗାଁରେ । ୭୪ ବର୍ଷୀୟ ବୃଦ୍ଧ ସୁଦାବନ ପ୍ରଧାନ I ସୁଦାବନ ଗତ ସେପ୍ଟେମ୍ବର ମାସ ୧୫/ସେପ୍ଟେମ୍ବର /୨୦୨୧ ତାରିଖରେ ଶେଷ ଥର ଭତା ଟଙ୍କା ପାଇଥିଲେ ତାପରେ ଏବେ ପର‌୍ୟ୍ୟନ୍ତ ଦୀର୍ଘ ୩୦ ମାସ ହେବ ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ହୋଇଛନ୍ତି କ୍ଷ ଭତା ମିଳୁନଥିବା ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଅସହାୟ ସୁଦାବନ I ବର୍ତମାନ ସୁଦାବନ ନିଜେ ଚାଲି ପାରୁନଥିବା ବେଳେ ଠିକ ଭାବରେ କଥା ମଧ୍ୟ କହି ପାରୁ ନାହାନ୍ତି । ବଡ଼ କଷ୍ଟରେ ବାଡ଼ି ଧରି ଚାଲବିଲା କରୁଛନ୍ତି ସୁଦାବନ I ସବୁଠାରୁ ବଡ଼ କଥା ହେଉଛି ଜଣେ ମୃତ ବ୍ୟକ୍ତିଙ୍କ ଖାତାକୁ ସୁଦାବନଙ୍କ ଭତ୍ତା ଟଙ୍କା ଯାଉଛି । ଦୀର୍ଘ ୩୦ ମାସ ହେବ ଅନ୍ୟ ଜଣକ ବ୍ୟାଙ୍କ ଖାତାକୁ ଭତା ଟଙ୍କା ଯାଉଛି I ତେବେ ଅଭିଯୋଗ ପରେ ମଧ୍ୟ କିଭଳି ଭାବରେ ଅନ୍ୟ ଜଣେ ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଛି ତାହା ସନ୍ଦେହ ଶୃଷ୍ଟି କରିଛି I ବ୍ୟାଙ୍କ ପାସ ବୁକରୁ ଟଙ୍କା ମଧ୍ୟ ପ୍ରତିମାସରେ ଉଠାଯାଇଥିବା ଜଣା ପଡିଛି I କିଏ ଏବଂ କେଉଁ ପରିସ୍ଥିତିରେ ଟଙ୍କା ଉଠୁଉଛି ଏବଂ କିଏ ଟଙ୍କା ଉଠାଉଛି ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ଗ୍ରାମବାସୀ କହିଛନ୍ତି I ବର୍ତମାନ ଅସହାୟ ବୃଦ୍ଧ କିଭଳି ଭାବରେ ୩୦ ମାସର ଭତା ଟଙ୍କା ପାଇ ପାରିବେ ତାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି I ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କୁ ପଚାରିବାରୁ ସେ କୈଣଷି ଅଭିଯୋଗ ହୋଇନଥିବା କହିଛନ୍ତି । ବର୍ତମାନ ସେ କିଭଳି ଭାବରେ ଭତା ଟଙ୍କା ପାଇ ପାରିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି I ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ଶୁଭଦ୍ରା କହଁର ଙ୍କୁ ପଚାରିବାରୁ ସେ ମଧ୍ୟ କହିଛନ୍ତି ଜଣେ ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ସୁଦାବନଙ୍କ ଭତା ଟଙ୍କା ଯାଉଛି । ତେଣୁ ସେ କିଭଳି ଭତ୍ତା ହାତକୁ ହାତ ପାଇ ପାରିବେ ସେ ବ୍ୟବସ୍ଥା ସରକାର ସୁବିଧା ଦେଲେ ଭଲହନ୍ତା ବୋଲି କହିଛନ୍ତି ସରପଞ୍ଚ ଶୁଭଦ୍ରା କହଁର I

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *