
କନ୍ଧମାଳ: ଚଳିତ ୨୦୨୪ ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଦଳୀୟ ପ୍ରାର୍ଥୀ ମାନେ ଗାଁ ଗାଁକୁ ଯାଇ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି I ଏହାରି ମଧ୍ୟେର ଅୋନକ ଗାଁରେ ବିକାଶ ଅପହଞ୍ଚ ହୋଇରହିଛି । ବିଭିନ୍ନ ଗାଁରେ ଭୋଟ ବର୍ଜନ ଧମକ ଦେଉଥିବା ବେଳେ ପବିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ୮ ଏବଂ ୯ ନମ୍ବର ୱାର୍ଡର ପାଣ୍ଡୁପଦର ଗ୍ରାମବାସୀ ମୋନ ଅଭିନ୍ୱ ଉପାୟରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି I ତେବ ପାଣ୍ଡୁପଦର ଗ୍ରାମବାସିଙ୍କ ପ୍ରତିବାଦ ଏକ ନିଆରା ପ୍ରତିବାଦ । ବିଭିନ୍ନ ସୋସିଆଲ ମିଡିଆରେ ଛାଡିଥିବା ପୋଷ୍ଟରରେ ରାସ୍ତା ନାହିଁ ତ ଭୋଟ ନାହିଁ ଲେଖିବା ସହ ଶିକ୍ଷାନୁଷ୍ଠାନର ବିକାଶ ଓ ରାସ୍ତା ଘାଟର ବିକାଶ ହୋଇ ନଥିବାରୁ କୌଣସି ଦଳର ନେତା ବା ମନ୍ତ୍ରୀଙ୍କୁ ଖୋଲା ଖୋଲି ଭାବରେ ୨ ଟି ୱାର୍ଡରେ ପ୍ରଚାର ପତ୍ର ମାରିବାକୁ ମନା କରାଯାଇଛି I କେବଳ ସେତିକି ନୁହେଁ ଗାଁରେ ବିଭିନ୍ନ ଶାଳ ଗଛରେ ମଧ୍ୟ ବ୍ୟାନର ମାଧ୍ୟମରେ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଉଲ୍ଲେଖ କରାଯାଇଛି I ତେବେ ଆଜି ପାଣ୍ଡୁପଦର ଗାଁରେ ଶତାଧିକ ଗ୍ରାମବାସୀ ଗାଁ ରାସ୍ତା ଉପରେ ଏକ ବୈଠକ କରିଥିଲେ । ଏବଂ ଆଲୋଚନା ମାଧ୍ୟମରେ ନେତା ମନ୍ତ୍ରୀ ଭୋଟ ସମୟ ଆସିଲେ କେବଳ ବଡ଼ ବଡ଼ ଭାଷଣ ମାରି ଭୋଟ ମାଗୁଥିବା ବେଳେ ଭୋଟ ସରିଗଲେ ସବୁ ଭୁଲିଯାଉଛନ୍ତି । ଏଭଳି ସମ୍ପୂର୍ଣ ପ୍ରଚାର ପ୍ରସାର ସହ ଗାଁରେ କୌଣସି ପୋଷ୍ଟର କିମ୍ବା ବ୍ୟାନର କୌଣସି ଦଳୀୟ ପ୍ରାର୍ଥୀଙ୍କୁ ମାରିବାକୁ ମନା କରାଯିବା କଥା କହିଛନ୍ତି ଗ୍ରାମବାସୀ I ପବିଙ୍ଗିଆ ପଞ୍ଚାୟତର ପାଣ୍ଡୁପଦର ଅଞ୍ଚଳରେ ୮ ଏବଂ ୯ ନମ୍ବର ୱାର୍ଡରେ ପ୍ରାୟ ୧୫୦ ରୁ ଉର୍ଧ୍ୱ ଘର ରହିଛି I ଏହି ଅଞ୍ଚଳରେ କାମ୍ବାପଡା ସେବାଶ୍ରମ ମଧ୍ୟ ରହିଛି, ଅଙ୍ଗନବାଡିକେନ୍ଦ୍ର ମଧ୍ୟ ଗୋଟିଏ ଅଛି I ଡେଙ୍ଗାଗାଡୁ, ଜଗାରପଦର, ପାଣ୍ଡୁପଦର , କାମ୍ବାପଡା, ତିରାମାହା, ତେଜାମାହା, ଭଳି ୬ ରୁ ୭ ଟି ଗାଁ ରହିଥିବା ବେଳେ ପଞ୍ଚାୟତକୁ ଯିବାକୁ ହେଲେ ପ୍ରାୟ ୫ କିଲୋମିଟର ଏବଂ ଡେଙ୍ଗାଗାଡୁ ଠାରୁ ବନ୍ଧଗଡ଼ ଯିବାକୁ ଥିବା ରାସ୍ତା ପ୍ରାୟ ୭ କିଲୋମିଟର ଦୂର ହେଉଛି I ଅଞ୍ଚଳରେ ରାସ୍ତା ପାଇଁ ଗ୍ରାମବାସୀ ବହୁବାର ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ କୌଣସି କାର୍ଯ୍ୟ ସଫଳ ହୋଇପାରିନାହିଁ I ବର୍ଷା ଦିନ ଆସିଲେ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ I ଗର୍ଭବତୀ ମହିଳା କିମ୍ବା ଅନ୍ୟାନ୍ୟ ରୋଗୀ ମାନଙ୍କୁ ନେବାକୁ ହେଲେ ବର୍ଷା ଦିନରେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ କ୍ଷ ଯାହାକୁ ନେଇ ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟ ସଫଳ ନହେବାରୁ ଚଳିତ ନିର୍ବାଚନ ପୂର୍ବରୁ ରାସ୍ତା କାମ ନହେଲେ ଭୋଟ ବର୍ଜନ ଏବଂ ଗାଁରେ କୌଣସି ନେତାଙ୍କ ପୋଷ୍ଟର କିମ୍ବା ପ୍ରଚାର ନ କରିବା ଭଳି ଚରମ ବାଣୀ ଶୁଣାଇଛନ୍ତି ଅଞ୍ଚଳ ବାସୀ I ଏହି ଘଟଣାକୁ ନେଇ ସ୍ଥାନୀୟ ପବିଙ୍ଗିଆ ସରପଞ୍ଚ ରାସ୍ତା ପାଇଁ ଲିଖିତ ଭାବରେ ପଞ୍ଚାୟତ ତରଫରୁ ଦିଆଯାଇଥିବା କହିଛନ୍ତି I ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରି ତାର ସମାଧାନ କରି କିଭଳି ଭାବରେ ରାସ୍ତା ହୋଇପାରିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି I