October 6, 2024

ଓଡିଶା ମାନଚିତ୍ରରେ ଅନ୍ୟତମ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଚିତ ଥିବା କନ୍ଧମାଳ ଜିଲ୍ଲାରେ ମଧ୍ୟ୍ୟ ଅନେକ ପ୍ରତିଭା ଲୁଚିରହିଛନ୍ତି I କିନ୍ତୁ ପ୍ରୋସାହନ ଅଭାବରୁ ନିଜର ପ୍ରତିଭା ପ୍ରଦର୍ଶନ କରିନପାରି ବଣମଲ୍ଲୀ ବଣରେ ଫୁଟି ମଉଳି ଗଲାଭଳି ଏହି ପ୍ରତିଭା ମାନେ ମଧ୍ୟ୍ୟ ମଉଳି ଯାଉଛନ୍ତି I ତେବେ ଏମିତି ଏକ ପ୍ରତିଭା ଏବେ କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ମାତ୍ର ତିନିବର୍ଷ ବୟସରେ ସେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି | ବିଚକ୍ଷଣ ବୁଦ୍ଧି ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ସ୍ଥାନ ପକ୍କା କଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ଗ୍ରାମର ଚିନ୍ମୟୀ | ମାତ୍ର 3 ବର୍ଷ ବୟସରେ ବିଚକ୍ଷଣ ବୁଦ୍ଧିର ଅଧିକାରିଣୀ ହୋଇପାରିଛନ୍ତି ଚିନ୍ମୟୀ | ତାଙ୍କ ପାଇଁ ତାଙ୍କ ବାପା ପ୍ରଶାନ୍ତ ସୁବୁଦ୍ଧି ମା ପ୍ରବିତା ସୁବୁଦ୍ଧି ବେଶ ଗର୍ବିତ ଥିବାବେଳେ ତାଙ୍କ ପରିବାର ପାଇଁ ସେ ଗର୍ବ ଆଣିବା ସହ ତାଙ୍କ ଅଂଚଳରେ ତାଙ୍କୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି | ହଁ ଆଜ୍ଞା କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ | ଆଉ ସେହି ତୁଳସି ଦୁଇପତ୍ରରୁ ବାସିଲା ଭଳି ଚିନ୍ମୟୀଙ୍କ ପ୍ରତିଭା ତାଙ୍କୁ ଏହି ବଡ଼ ସଫଳତାର ଶୀର୍ଷରେ ପଂହଁଚାଇଦେଇଛି | ମାତ୍ର 3 ବର୍ଷ ବୟସରେ ସେ ତାଙ୍କ ପ୍ରତିଭାର ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି | ବିଭିନ୍ନ ଗ୍ରାମର ନାମଠାରୁ ଆରମ୍ଭ କରି ରାଜ୍ୟ,ରାଜଧାନୀ,ଜିଲ୍ଲା,ଦେଶ, ବିଭିନ୍ନ ପଶୁ ପକ୍ଷୀଙ୍କ ନାମ ଓ ମୁଖ୍ୟମନ୍ତ୍ରୀ,ପ୍ରଧାନ ମନ୍ତ୍ରୀଙ୍କ ନାମ ମନେରଖବା ସହ ଅନର୍ଗଳ କହି କହିଚାଲିଛନ୍ତି। ଏହାକୁ ଦେଖି ତାଙ୍କ ବାପା, ମା ଗତ କିଛିଦିନ ତଳେ ଇଣ୍ଡିଆ ବୁକ୍ଅଫ୍ ରେକର୍ଡରେ ଅନ୍‌ଲାଇନ୍‌ରେ ଭିଡିଓ ଓ ଫଟୋ ଦେଇ ଆବେଦନ କରିଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଚିନ୍ମୟୀଙ୍କୁ ଚଳିତ ଏପ୍ରିଲ ଚାରି ତାରିଖରେ ଏକ ସାର୍ଟିଫିକେଟ ଓ ପରିଚୟପତ୍ର ପ୍ରଦାନ କରାଯାଇଛି। ଏହାକୁ ନେଇ ଫିରିଙ୍ଗିଆ ତଥା ସାରା କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ପରିବାର ପକ୍ଷରୁ ବାପା,ମା ଜେଜେବାପା, ଜେଜେମା ନିଜ ପାଖ ପଡୋସି ମାନଙ୍କୁ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଅନ୍ୟପଟେ ଏହି ଖବର ମିଳିବା ପରେ ବିଭିନ୍ନ ସରକାରୀ ବେସରକାରୀ ଓ ସ୍ବେଛାସେବୀ ସଂଗଠନ ମାନଙ୍କ ସହ ଅଂଚଳର ର ବିଭିନ୍ନ ଭକ୍ତି ଚିନ୍ମୟୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଖକୁ ଅନେକ ଲୋକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି I

#biswabanilive  #latestnews #latestupdate  #odishanews  #odianews  #odia  #odisha  #odishagovt

Leave a Reply

Your email address will not be published. Required fields are marked *