କାର କାଚରେ ବ୍ଲାକ୍ ଫିଲ୍ମ ଲଗେଇଥିଲେ ହୋଇଯାଆନ୍ତୁ ସାବଧାନ ବ୍ଲାକ୍ କାଚ ଦେଖିବା କ୍ଷଣି ମାଡି ବସୁଛନ୍ତି କମିଶନରେଟ୍ ପୋଲିସ |
ଏଣିକି କାର କାଚରେ ବ୍ଲାକ୍ ଫିଲ୍ମ ଲଗାଇଥିଲେ ସମ୍ପୂର୍ଣ ଫସିବେ । ଏନେଇ ରାଜଧାନୀରେ ଜୋରଦାର ହୋଇଛି ଚଢାଉ । ପ୍ରତିଟି ଛକ ଛକରେ ଜଗି ବସିଛନ୍ତି ପୋଲିସ । ବ୍ଲାକ୍ କାଚ ଦେଖିବା କ୍ଷଣି ମାଡି ବସୁଛନ୍ତି କମିଶନରେଟ୍ ପୋଲିସ ।ଗତକାଲି ଗୋଟିଏ ଦିନରେ 28 ରୁ ଅଧିକ ଗାଡି କାଚରୁ ବ୍ଲାକ ଫିଲ୍ମକୁ ବାହାର କରିଛି ପୋଲିସ | 1ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ବି ଆଦାୟ କରିଛି କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସ ଓ rto ର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲାଗତ ସପ୍ତାହେ ହେବ ଜୋରଦାର ଚାଲିଛି ପ୍ରସ୍ତୁତି |

Leave a Reply

Your email address will not be published. Required fields are marked *