February 17, 2025

ଗୁଜୁରାଟର ରାଜକୋଟରେ ଥିବା ଏକ ଗେମ୍ ଜୋନ ପାର୍କରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଅନେକ ଶିଶୁଙ୍କ ସମେତ ଅତି କମରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ ଏବଂ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ପୋଲିସ କମିଶନର ରାଜୁ ଭରଗବା କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି, ତଥାପି ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡିଛି। ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପଚରାଉଚରା ପାଇଁ ସେମାନେ ଆମ୍ୟୁଜ୍ ପାର୍କର ମାଲିକ ତଥା ମ୍ୟାନେଜରଙ୍କୁ ଅଟକ ରଖିଥିବା ପୋଲିସ କହିଛି। ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ନ୍ୟୁଜ୍ ଏଜେନ୍ସି ପଟେଲଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଅଗ୍ନିକାଣ୍ଡରେ ୨୭ ଜଣଙ୍କ ମୃତ୍ୟୁକୁ ନିଶ୍ଚିଟ କରିଛୁ। ଏହି ପାର୍କରେ ପିଲାମାନେ ସପ୍ତାହକ ମଧ୍ୟରେ ବିଦ୍ୟାଳୟର ଗ୍ରୀଷ୍ମ ଛୁଟି କାଟିବାକୁପରିବାର ସହିତ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟରରେ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *