November 8, 2024

ଅନେକ ସ୍ଥାନରେ କାର୍ଯ୍ୟକାରୀ ହେଉଛି ସରକାରୀ ଯୋଜନା କିନ୍ତୁ ପୁଣି ଏମିତି କିଛି ସ୍ଥାନ ରହିଛି ଯେଉଁଠି ଆଜି ମଧ୍ୟ ଏହି ଯୋଜନା ଅପହଞ୍ଚ। ହେଲେ ରହ ପଛରେ କାରଣ କ’ଣ ରହିଛି । ପ୍ରଶାସନ ନିଜେ ଏଠି ପିଅନ ଦାୟୀ ନା ଆଉ କିଏ ? ଯାହାପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା। ସେହି ସରକାରୀ ଯୋଜନା ଆଜି ଏହି ବୃଦ୍ଧା ମାଉସୀଙ୍କ ପାଖରେ ଅପହଞ୍ଚ ।

ଦୁଃଖ ଶୁଣିବାକୁ କେହି ନାହିଁ, ଘର ଖଣ୍ଡିଏ ମିଳିବା ଏଠି ସ୍ଵପ୍ନ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁ ରୁଗୁଡ଼ି ସାହିର ବିଧବା ବୃଦ୍ଧା ମହିଳା ଦୁସୁ ବେହେରାଙ୍କ ପରିବାରରେ । କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି ଆସୁଥିଲେ ମଧ୍ୟ ସଠିକ୍ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନି ଏହି ଯୋଜନା । ଆପଣ ଏହି ଭଙ୍ଗା ଦାଦରା ଘର ଦେଖି ବୁଝି ପାରୁଥିବେ, ବହୁତ ଦିନରୁ ଗରିବ ପାଇଁ ଏହି ଭଙ୍ଗା ଦାଦରା ମାଟି ଘର ଥିବାବେଳେ ରହିବାକୁ ଭଲ ଘର ଖଣ୍ଡିଏ ତିଆରି କରିବା ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ଦୁସୁ ବେହେରା । ସରକାରଙ୍କ ମୋ କୁଡ଼ିଆ ଯୋଜନା ଗରିବ ପରିବାକୁ ଯୋଗାଇ ଦିଆଯାଇଥାଏ ।
ଦାରିଦ୍ର୍ୟ ସୀମାରେଖା ତଳେ ବହୁଦିନ ଧରି ରହି ଆସୁଥିଲେ ସୁଧା ମିଳି ପାରୁନାହିଁ ରହିବାକୁ ବାସ ଗୃହ ଟିଏ ତାଙ୍କୁ । ଦିନ ମଜୁରି ଯାଇ ପରିବାର ଚଳିବା କଷ୍ଟକର । ଦିର୍ଘ ବର୍ଷରୁ ଏହି ଭଙ୍ଗାରୁଜା ଘରେ ରହୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଦୁସୁ ବେହେରା । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଥିବା ବେଳେ ବର୍ଷା ଦିନେ ଭଙ୍ଗାରୁଜା ଘରେ ରହିବା କଷ୍ଟକର ବୋଲି ସେ କହିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଦେଇ ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି । ଅନ୍ୟ ପଟେ ଦେଖିବାକୁ ବାକି ରହିଛି ସରକାର କେବେ ଶୁଣିବେ ଅସହାୟ ବିଧବା ବୃଦ୍ଧା ମହିଳାଙ୍କ ଦୁଃଖ କାରଣ ଆଗକୁ ଆସୁଛି ବର୍ଷ ଦିନ । ଘର ଅବସ୍ଥା ଯାହା ସେ କେଉଁଠି ରହିବେ ବୋଲି ପ୍ରସନ ଉଠିଛି ।

Leave a Reply

Your email address will not be published. Required fields are marked *