ଦିନ ଥିଲା ସେ ଯବାନ ହୋଇ ଦେଶ ପାଇଁ କାମ କରୁଥିଲେ । ଯବାନ ହୋଇ ଦେଶ ସେବା ପାଇଁ ବ୍ରତ ରଖିଥିଲେ । ହେଲେ ଆଜି ତାଙ୍କ ଜୀବନ ଦିପ ଲିଭି ଯାଇଛି । ରୋଗଶଯ୍ୟାରେ ପଡି ତାଙ୍କର ଦେହାନ୍ତ ହୋଇଛି । ଆମେ କହୁଛୁ ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଅନ୍ତର୍ଗତ ଚିତ୍ରୀ ପଞ୍ଚାୟତର ନୂଆଗାଁ ଗ୍ରାମର ହାତୀରାମ ମହାନ୍ତଙ୍କ ମଝିଆ ପୁଅ ମଧୁସୂଦନ ମହାନ୍ତଙ୍କ କଥା । ସେ ଜଣେ କାର୍ୟ୍ୟରତ ଯବାନ ଭାବେ କାମ କରୁଥିଲେ। ଅନେକ ବର୍ଷ ସେ ଦେଶ ଶେବା ରେ ନିଜକୁ ନିୟୋଜିତ କରି ରଖିଥିଲେ । ଗତ ରବିବାର ଦିନ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ମଧୁସୂଦନ ବାଟାଲିୟନ ୧୬୦ରେ ୨୨ବର୍ଷ ହେବ ନିୟୋଜିତସେ ଥିଲେ । ଗତ ଏପ୍ରିଲ ମାସରୁ ଘରକୁ ଛୁଟିରେ ଆସିଥିଲେ ମଧୁସୂଦନ । ଏବଂ ତାଙ୍କର ମୁଣ୍ଡରେ ପାଣି ଜମିଥିବାରୁ ଏକ ବର୍ଷ ହେବ ଅସୁସ୍ଥ ଥିଲେ । ଏହାରୀ ମଧ୍ୟରେ ତାଙ୍କର ୩ଥର ଅପରେସେନ ମଧ୍ୟ ହୋଇଥିଲା। ଗତ ରବିବାର ତାଙ୍କର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ମଧୁସୂଦନଙ୍କ ଗୋଟିଏ ଝିଅ ଟିକେଶ୍ୱରୀ ମହାନ୍ତ ଓ ଗୋଟିଏ ପୁଅ ନାମ ଏସରାଜ ମହାନ୍ତ ଅଛନ୍ତି। ଦୁଃଖ ରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ସେପଟେ ମଧୁସୂଦନଙ୍କ ଦେହେନ୍ତ ଖବର ପାଇ ତାଙ୍କ ବାସଭବନ ନିକଟ ରେ ଭିଡ଼ଲାଗିଥୈଲା । ଯବାନଙ୍କ ମର ଶରୀର ନୂଆଗାଁରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ନିଆଯାଇ ସୋମବାର ଦିନ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ସହିତ ତାଙ୍କୁ ଗ୍ରାମରେ ଗାର୍ଡ ଅଫ୍ ହର୍ଣ୍ଣର ସମ୍ମାନ ଦିଆଯାଇଛି।