ନୟାଗଡ଼: ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳରୁ ଲଢୁଥିବା ରମେଶ ବେହେରା । ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସମେତ ସମାଜସେବୀ ଶ୍ରୀହରି ନାୟକ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ନୂଆଗାଁ ବ୍ଲକ ଚେୟାରମ୍ୟାନ ଓ ଗଣିଆ ବ୍ଲକର ଚେୟାରମ୍ୟାନ୍ ଉପସ୍ଥିତ ରହିଥିଲେ । ଏଥି ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡିର ବହୁ ବରିଷ୍ଠ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ । ନୟାଗଡ଼ ନୂଆ ବସ୍ଷ୍ଟାଣ୍ଡ ଠାରୁ ଏକ ବିରାଟ ରାଲି ମାଧ୍ୟମରେ ବାହାରିଥିଲେ ରମେଶ ବେହେରା । ୫ ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ନେଇ ବିଭିନ୍ନ ବାଣ ବାଜାରେ ପ୍ରକମ୍ପିତ ହୋଇଥିଲା ରାସ୍ତାଘାଟ । ସୁଚନାନୁସାରେ ଆସନ୍ତା ମେ ୨୦ ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ହୋଇଛି । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନ ପାଇଁ ଆଜି ଠାରୁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଛି ।