କନ୍ଧମାଳ: ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରୁ କିଛିଦିନ ହେଲା ରୀତିମତ ଭାବରେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ଏହି ଗଞ୍ଜେଇ କାରବାର ବଢ଼ିବଢ଼ି ଚାଲିଛି I ସେପଟେ ଏହି ଗଞ୍ଜେଇ କାରବାର ଉପରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ୍ୟ ପୋଲିସକୁ ଚକମା ଦେଇ ବାହାର ରାଜ୍ୟ ଓ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆ ମାନେ ଅଞ୍ଚଳର କିଛି ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମୋଟା ଅର୍ଥର ଲୋଭ ଦେଖାଇ ସେମାନଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ କରିଚାଲିଛନ୍ତି I ସେପଟେ କିଛିଦିନ ହେଲା ଅଞ୍ଚଳରୁ ଗଞ୍ଜେଇ କାରବାର କୁ ସମୂଳେ ବିନାଶ କରିବା ପାଇଁ ପୋଲିସ ମଧ୍ୟ୍ୟ ଅଣ୍ଟା ଭିଡିଛି I ଲଗାତାର ଭାବରେ ପୋଲିସ ଅଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କରିଚାଲିଥିବା ବେଳେ ଅନୁରୂପ ଭାବରେ ପୁଣି ଥରେ ଫିରିଙ୍ଗିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା I ତେବେ ପୋଲିସର ସୂଚନା ଅନୁସାରେ ଗୋଟିଏ ଦିନରେ ଦୁଇଟି ପୃଥକ ଜାଗାରେ ଚଢ଼ାଉ କରି ସମୁଦାୟ ୧0 କୁଇଣ୍ଟାଲ ୮0 କିଲୋ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଏଥର ମଧ୍ୟ୍ୟ କୌଣସି ଗଞ୍ଜେଇ ବ୍ୟବସାୟୀ ଧରାପଡ଼ିନଥିବା ପୋଲିସ ସୂଚନା ଦେଇଛି I ତେବେ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ଗାଁ ପାଖ ଜଙ୍ଗଲରେ ଚାଲାଣ ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ୧0 କୁଇଣ୍ଟାଲ ୬୫ କିଲୋ ଗଞ୍ଜେଇ ଜବତ କରିଥିଲେ I ସେଇଭଳି ଏସଏଇ ପ୍ରମୋଦ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସେହି ସାଡୀଙ୍ଗିଆ ପଞ୍ଚାୟତ ବେଡାକେତା ଗାଁର ଜଣେ ବ୍ୟବକ୍ତିଙ୍କ ଘରେ ଚଢ଼ାଉ କରାଯାଇ ସେହି ଘରୁ ପ୍ରାୟ ପନ୍ଦର କିଲୋ ଗଞ୍ଜେଇକୁ ଜବତ କରିଛି ପୋଲିସ I ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧0୩ /୨0୨୪ ଓ ୧0୪/୨0୨୪ ରେ ଦୁଇଟି ପୃଥକ ମାମଲା ରୁଜି କରି ଜବତ ଗଞ୍ଜେଇ କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକରି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I ଅନ୍ୟପଟେ ଏହି ଚଢ଼ାଉ ରେ ଥାନାରେ କାର୍ଯ୍ୟରତ ଏସଏଇ ଦୀପକ କୁମାର ରାଉତ, ଏଏସଏଇ ଶ୍ରୀକାନ୍ତ ପତ୍ର, ଏଏସଏଇ ପ୍ରମୋଦ କୁମାର ପ୍ରଧାନଙ୍କ ସହ ଅନ୍ୟକର୍ମଚାରୀ ମାନେ ମଧ୍ୟ ସାମିଲ ଥିବା ଘଟଣାର ତଦନ୍ତ କାରି ପୋଲିସ ଅଧିକାରୀ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *