ସାରା ଓଡ଼ିଶାରେ ନିର୍ବାବନୀ ପ୍ରସ୍ତୁତି ଜୋରଦାର । ନୂଆପଡ଼ା ଜିଲ୍ଲାରେ ମଧ୍ୟ ନିର୍ବାଚନୀ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶନିବାର ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି ନିର୍ବାଚନ ଓଡ଼ିଶାର ପ୍ରଥମ ପର‌୍ୟ୍ୟାୟ ଏବଂ ଦେଶର ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ହେବ।  ନିର୍ବାଚନ ରେ ନିୟୋଜିତ କର୍ମଚାରୀ ମାନେ ନିର୍ବାଚନ ପାଇଁ ଆବଶ୍ୟକ ଥିବା ସମସ୍ତ ସାମଗ୍ରୀ ନେଇ ମତଦାନ କେନ୍ଦ୍ରରେ  ପହଞ୍ଚିଛନ୍ତି । ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରୁ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ସ୍ଥାପିତ ହୋଇଥିବା ବେଳେ  କର୍ମଚାରୀମାନେ  ଇଭିଏମ୍, ଭିଭିପେଡ୍ ଏବଂ ନିର୍ବାଚନୀ ସାମଗ୍ରୀ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ।ଜିଲ୍ଲାରେ ଦୁଇ ଗୋଟି ମତଦାନ କେନ୍ଦ୍ର ରହିଥିବା ବେଳେ  ୬୦୪ ଗୋଟି ବୁଥ ରହିଅଛି।ଏହାସହିତ  ଶନିବାର ଖଡିଆଳ ନିର୍ବାଚନ ମଣ୍ଡଳୀର ବୁଥ କୁ ନିର୍ବାଚନ କର୍ମଚାରୀ ମାନେ ଗସ୍ତ କରିଛନ୍ତ।ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୦୨ ଗୋଟି ମତଦାନ କେନ୍ଦ୍ର ରହିଥିବା ବେଳେ ଶନିବାର  ୨୮୨ ଗୋଟି ବୁଥକୁ କର୍ମଚାରୀ ମାନେ  ଗସ୍ତ କରିଛନ୍ତି। ଆଜି ଅନ୍ୟ  ୨୦ ଗୋଟି ବୁଥ କୁ ନିର୍ବାଚନ କର୍ମଚାରୀ ମାନେ ଗସ୍ତ କରିବେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *