September 1, 2024

ଜଳ ହିଁ ଜୀବନ, ବର୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହ ରେ ଶୁଖି ଯାଇଛି କୂଅ, ପୋଖରୀ । ଜନ ସାଧାରଣ ପାଣି ପାଇଁ ଡହକ ବିକଳ ହେଉଛନ୍ତି । ସରପଞ୍ଚ ପ୍ରାର୍ଥୀନି ଜିତିଲେ ସରପଞ୍ଚ ହେଲେ । କିନ୍ତୁ ସାଧାରଣ ଜନତାଙ୍କ ଅସୁବିଧା ର ସମାଧନ କାରିବ ।ବଦଳରେ ଅଧାରୁ ହାତ ଛାଡିଦେଲେ । ଗାଁରେ ଏବେବି ଦେଖାଦେଉଛି ଜଳ ସଙ୍କଟ । ରେପଞ୍ଚଙ୍କ ସ୍ୱାମି କଣ୍ଟା କ୍ଟର ଭାବରେ ଲାଗି ପଡ଼ି ପାଇପ୍ ବିଛାଇବାରେ , ଟ୍ୟାପ ପର୍ଯ୍ୟନ୍ତ ଗାଁ ଲୋକେ ଭାବିଲେ ଦୁଃଖ ଦୂର ହେଲା ଆମ ଗାଁ କୁ ପାଣିର ଆଉ ଅସୁବିଧା ହେବ ନାହିଁ । ପାଣି ମଧ୍ୟ ଆସିଲା । ହେଲେ ଗାଁ ରେ ଲାଗିଲା ମାତ୍ର ସାତଟି ଟ୍ୟାପ୍ । କିଛି ଗାଁ ଲୋକ ବି ଖୁସି ହେଲା ବେଳେ ଆଉ କିଛି ଦୁଃଖୀ ରହି ଗଲେ କାରଣ ସେମାନଙ୍କ ଦୁଆର ପର‌୍ୟ୍ୟନ୍ତ ପାଇପ ବିଛା ଗଲାନି କି ଟ୍ୟାପ୍ ଲାଗିଲାନି । ବାରମ୍ବାର ଗୁହାରି କଲେ ସରପଞ୍ଚଙ୍କ ସ୍ଵାମୀ ତଥା ଠିକାଦାରଙ୍କଠାରୁ ଖାଲି ପ୍ରତିଶ୍ରୁତି ମିଳିଲା । ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଟ୍ୟାପ ରୁ ପାଣି ବୋହି ପରିବାର ଶେଷ ମେଣ୍ଟ୍ଧସଥିଲେ ଗାଁର କିଛି ପରିବାର । ଅପେକ୍ଷା କଲା ସରପଞ୍ଚଙ୍କ ସ୍ଵାମୀ ତଥା ଠିକାଦାର ଦେଇଥିବା ପ୍ରତିଶ୍ରୁତିକୁ। କିନ୍ତୁ ପରିସ୍ଥିତି ଓଲଟା ହେଲା, ଆଉ ଗାଁ କୁ ଏକ ମାସରୁ ଊର୍ଦ୍ଧ୍ବ ହେଲା ଆସିଲା ନାହିଁ ପାଣି, ଶୁଖିଲା କୁଅରୁ ପାଣି ନ ବାହାରିବାରୁ ଲୋକେ ନିକଟ ଗାଁ ପୋଖରୀ ରୁ ପାଣି ବୋହି କାରବାର କରିବାକୁ ବାଧ୍ୟ ହେଲେ। ଏନେଇ ବାରମ୍ବାର ବିଭିନ୍ନ ଗଣ ମାଧ୍ୟମ ଖବର ମଧ୍ୟ ପ୍ରକାଶିତ ହୋଇଥିଲା । କିନ୍ତୁ ରଣପୁର ବ୍ଲକ୍ ଆର ଡବଲୁ ଏସ ଏସ ବିଭାଗୀୟ ଯେଇ ଙ୍କ ଅନିଚ୍‌ଛା ଓ ସ୍ଥାନୀୟ ସରପଞ୍ଚଙ୍କ ଅବହେଳା ରୁ ଆସି ପାରିଲା ନାହିଁ ପାଣି। ଆମେ କେଉଁ ଅଞ୍ଚଳ କଥା କହୁନୁ। କହୁଛୁ ରାଜଧାନୀ ଭୁବନେଶ୍ଵରରୁ ମାତ୍ର ୬୦ କିଲୋ ମିଟର ଦୁରରେ ଥିବା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ପଂଚାୟତ ର ଏଗାର ନମ୍ବର ୱାର୍ଡ ନୀଳପଲ୍ଲୀ ଗ୍ରାମ ର କଥା। ଏହି ଅଂଚଳର ସରପଞ୍ଚ ତୃଷ୍ଣାମୟୀ ସାମନ୍ତରାୟ ପାଣି ନା ଦେଈ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଚେଷ୍ଟା ଚଲାଇଡଛନ୍ତି । କିନ୍ତୁ ୱାର୍ଡ ମେମ୍ବର ସରପଞ୍ଚଙ୍କ ଚକ୍ରାନ୍ତକୁ ମାଟିରେ ମିଶାଇଛନ୍ତି । ଗ୍ରାମର ୱାର୍ଡ ମେମ୍ବର ନୂରଜାହାନ ବିବିଙ୍କ ସ୍ଵାମୀ ଶେଖ୍ ଇଦ୍ରିଶ୍ଙ୍କ ସହାୟତାରେ ସାଥି ସେକ୍ କାଶୀମ, ସେକ ସୁଜାତା ଙ୍କ ସହିତ ମିଶି , ଏକ ପାଣି ବୋଝେଇ ଟ୍ୟାଙ୍କର ଯୋଗେ ଆସି ଗ୍ରାମରେ ପାଣି ବଣ୍ଟନ କରିଛନ୍ତି । ଏବଂ ଗ୍ରାମ ବାସୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବର୍ଷା ହୋଇ କୂଅ ପୋଖରୀ ରେ ପାଣି ହେଲା ପର୍ଯ୍ୟନ୍ତ ପ୍ରତି ଦିନ ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟାକୁ ଜାରୀ ରଖିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ ଓ ପଞ୍ଚାୟତ ବି ଯେ ଡି ସଭାପତି ତଥା ବିଶିଷ୍ଟ ଆଇନ୍ ଜିବୀ ରାମ କୃଷ୍ଣ ପଟ୍ଟନାୟକ ପ୍ରଶଂସା କରିବା ସହ ପ୍ରଶାସନିକ ସହଯୋଗ ପାଇଁ ପ୍ରତୀଶୃତି ଦେଈଛନ୍ତି । ନୀଳପଲ୍ଲୀର ଉଭୟ ମହିଳା ମାନେ ଓ ପୁରୁଷ ମାନେ ମଧ୍ୟ ଏ ଭଳି ଜଳ ଯୋଗାଣ କାର୍ଯ୍ୟାକୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି I

Leave a Reply

Your email address will not be published. Required fields are marked *