November 23, 2024

ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଏଠାରେ ଅନେକ ରାଜନୈତିକ ହିଂସା ଲାଗି ରହିଛି। ଏହି ଅଞ୍ଚଳର ନିର୍ବାଚନକୁ ନେଇ ସର୍ବଦା ଉଷ୍ମତା ରହି ଆସିଛି। ଏହାରି ମଧ୍ୟରେ ଇଭିଏମ ବଦଳ ସନ୍ଧେହରେ ଧର୍ମଶାଳା ବ୍ଲକ ସମ୍ମୁଖରେ ଗତକାଲି ସନ୍ଧ୍ୟାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।
ଧର୍ମଶାଳା ବ୍ଲକ ସମ୍ମୁଖରେ ସ୍ବାଧିନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମାନେ ଇଭିଏମ ବଦଳ ସନ୍ଧେହରେ ପ୍ରତିବାଦ କରିଛନ୍ତି।

ଧର୍ମଶାଳା ବ୍ଲକକୁ ଆସିଥିବା କେତେକ ରିଜର୍ଭ ଇଭିଏମକୁ ଅନ୍ୟତ୍ର ନେଇ ବଦଳ କରାଯାଉଥିବା ଅଭିଯୋଗ କରି ହିମାଂଶୁଙ୍କ ସମର୍ଥକ ମାନେ ବ୍ଲକ ଆଗରେ ବହୁ ମାତ୍ରାରେ ରୁଣ୍ଡ ହେବା ଫଳରେ ଆଇନ ଶୃଙ୍ଖଳା ଭଙ୍ଗ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ବାଧିନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ନିଜେ ମଧ୍ୟ ଘଟଣା ସ୍ଥଳରେ ରହି ସ୍ଥିତି ପରଖୁ ଥିବା ଦେଖିବାକୁ ମିଳିଛି |

ଏପରିକି ବିଭିନ୍ନ ରୁଟ ରେ ରିସର୍ଭ ଇଭିଏମ ଗାଡି ଗୁଡିକୁ ଜବତ କରି ହିମାଂଶୁଙ୍କ ସମର୍ଥକ ମାନେ ବ୍ଲକ ଭିତରେ ପୁରେଇବା ସହ ଇଭିଏମ ବଦଳି କରାଯାଇଥିବା ନେଇ ଅଡି ବସିଥିଲେ। ଏନେଇ ଧର୍ମଶାଳା ବିଡିଓ କହିଛନ୍ତି ଯେ କୌଣସି ଇଭିଏମ ବଦଳ ହୋଇ ନାହିଁ। ସେମାନେ ଅଯଥାରେ ସନ୍ଦେହ କରି ଆମର କର୍ମଚାରୀ ମାନଙ୍କୁ ମାରଧର କରୁଛନ୍ତି। ତାଙ୍କ କହିବା ମୁତାବିକ ସେକ୍ଟର ଅଫିସର ମାନେ ଯେଉଁ ରିସର୍ଭ ଇଭମ ନେଇ ଯାଇଥିଲେ ଯାହାକି ପୋଲିଂରେ କିଛି ଇଭମ ମେସିନ ଖରାପ ହେଲେ ବ୍ୟବହାର ହୋଇଥାନ୍ତା।ତାଙ୍କ କହିବା ମୁତାବିକ ସେହି ଇଭମ ମେସିନ ଗୁଡିକ ବ୍ୟବହାର ହୋଇନାହିଁ। ସେହି ଇଭମ ମେସିନ ଗୁଡିକ ଟେମ୍ପୋରାରି ଷ୍ଟ୍ରଙ୍ଗ ରୁମରେ ସିସିଟିଭି ନଜରରେ ରହିଥିଲା,ତେଣୁ ତାଙ୍କୁ ସ୍ଥାନାନ୍ତର କରାଯାଉଥିଲା। ଏହି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *