September 15, 2024

NEET ପରୀକ୍ଷାରେ ଘୋଟାଲା ପରେ ବର୍ତ୍ତମାନ ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ମଧ୍ୟ ବଡ଼ ଧରଣର ଜାଲିଆତି ହୋଇଛି।
ତେବେ ସାର୍ଟିଫିକେଟ୍ ଜାଲ୍ ନେଇ CBI ପକ୍ଷରୁ ରାଜ୍ୟରେ ପ୍ରାୟ ୬୭ ଟି ସ୍ଥାନରେ ଚଢ଼ାଉ କରାଯାଉଛି।ରାଜ୍ୟର ବିଭିନ୍ନ ଜିଲ୍ଲାରେ
୬୭ ସ୍ଥାନରେ ସିବିଆଇ ଚଢ଼ାଉ ହୋଇଛି। କଳାହାଣ୍ଡି, ନୂଆପଡା, ରାୟଗଡା, ବାଲେଶ୍ୱର, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ସିବିଆଇର ୨୦୪ ରୁ ଅଧିକ ଅଫିସର ସାମିଲ ଅଛନ୍ତି। ସେଥିମଧ୍ୟରେ ସିବିଆଇର ୧୨୨ ଜଣ ଅଫିସର ଏବଂ ବିଭାଗର ୮୨ ଅଫିସର ଅଛନ୍ତି। ୬୩ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେଅଭିଯୋଗ ହୋଇଛି। ଡାଇରେକ୍ଟୋରେଟ ଅଫପୋଷ୍ଟାଲ୍ ସର୍ଭିସ୍ ଭୁବନେଶ୍ୱରଙ୍କ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଉଛି।

ତେବେ ସୂଚନା ମୁତାବକ ୧,୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅନୁସନ୍ଧାନକାରୀ ସଂସ୍ଥାର ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ନକଲି ପ୍ରମାଣପତ୍ର ପ୍ରଦାନ ପାଇଁ ଦାୟୀ ଆନ୍ତଃରାଜ୍ୟ ସଂଗଠିତ ଗ୍ୟାଙ୍ଗକୁ ଖୋଜିବା ପାଇଁ ସର୍ଚ୍ଚ
ଟିମ୍ ଉଦ୍ୟମ କରୁଛନ୍ତି। ଆଇପିସିର ଧାରା ୫୧୧ ସହିତ ୧୨୦-ବି, ୪୨୦, ୪୬୮, ଏବଂ ୪୭୧ ଅନୁଯାୟୀ ସିବିଆଇ ଏକ ମାମଲା
୨୦୨୩ ମେ’ ୯ରେ ରୁଜୁ କରିଥିଲା । ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୭ (କ) (୨୦୧୮ ରେ ସଂଶୋଧିତ) ଡାକ
ବିଭାଗର ଅଜ୍ଞାତ ଅଧିକାରୀ ତଥା ଅଜ୍ଞାତ ବ୍ୟକ୍ତିଙ୍କ ସମେତ ଗ୍ରାମୀଣ ଡାକସେବା ପରୀକ୍ଷା, ୨୦୨୩, ଓଡିଶା ସର୍କଲର ୬୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ଡାକ ବିଭାଗର ଅଭିଯୋଗ ଉପରେ ଏହି ମାମଲା ରୁଜୁ ହୋଇଥିଲା । ଗ୍ରାମୀଣ ଡାକ ସେବା (ଜିଡିଏସ୍‌)ର ୧,୩୮୨ପଦବୀ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା କରାଯାଇଥିଲା।

ଯେଉଁଥିପାଇଁ ୨୭ ଜାନୁୟାରୀ ୨୦୨୩ରେ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରାଯାଇଥିଲା। ସର୍ବନିମ୍ନ ଯୋଗ୍ୟତା ସ୍ଥାନୀୟ ଭାଷାରେ ପାରଦର୍ଶୀତା ସହିତ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ ସାର୍ଟିଫିକେଟ୍ ଆବଶ୍ୟକତା ଥିଲା। ପ୍ରଣାଳୀ ଅନୁଯାୟୀ, ଆବେଦନକାରୀ ମାନେ ସେମାନଙ୍କର ସାର୍ଟିଫିକେଟ୍‌ ଏବଂ ମାର୍କ ସିଟ୍ ଏକ କେନ୍ଦ୍ରୀୟ ସର୍ଭରରେ ଅପଲୋଡ୍ କରିଥିଲେ।

Leave a Reply

Your email address will not be published. Required fields are marked *