October 22, 2024

୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର ଅର୍ଥାତ ଯୁଣ୍ଟ ୯ ତାରିଖରେ ଶପଥ ଗ୍ରହଣ କରିବା ପରେ ସୋମବାର ଅର୍ଥାତ ଜୁନ୍ ୧୦ ରେ ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ବଣ୍ଟନ କରାଯାଇଥିଲା ଏବଂ ସରକାର ଏହାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର।

ଜୁନ୍‌ ୨୬ତାରିଖରେ ଲୋକସଭା ବାଚସ୍ପତି ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ସେହିଦିନ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଅନୁଷ୍ଠିତ ହେବ। ଅର୍ଥାତ୍ ଏହା ପୂର୍ବରୁ ସମସ୍ତ ନବନିର୍ବାଚିତ ଲୋକସଭା ସାଂସଦଙ୍କ ଶପଥ ପାଠ କରାଇବା ସହ ନୂଆ ବାଚସ୍ପତି ମଧ୍ୟ ନିର୍ବାଚିତ ହେବେ। ଜୁନ୍‌ ୨୪ ଓ ୨୫ ତାରିଖରେ ପ୍ରୋଟେମ୍ ବାଚସ୍ପତି ନୂଆ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଏଥର କିଏ ହେବ ଲୋକସଭା ବାଚସ୍ପତି ତାହାକୁ ନେଇ ସସପେନ୍ସ ଜାରି ରହିଛି।କାରଣ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଜେପି ଏହି ପଦବୀକୁ ନିଜ ପାଖରେ ରଖିବାକୁ ଚାହୁଁଥିବାବେଳେ ଟିଡିପି ମଧ୍ୟ ଏହାକୁ ନେଇ ଆଶାୟୀ ରହିଛ।

Leave a Reply

Your email address will not be published. Required fields are marked *